ଲାଲକିଲ୍ଲାରେ ଚଢିବା ପାଇଁ ଚାଷୀମାନଙ୍କୁ ଉସକାଇଥିଲେ ଦୀପ ସିଦ୍ଧୁ

ଲାଲକିଲ୍ଲାରେ ଚଢିବା ପାଇଁ ଚାଷୀମାନଙ୍କୁ ଉସକାଇଥିଲେ ଦୀପ ସିଦ୍ଧୁ

ଲାଲକିଲ୍ଲାରେ ଚଢିବା ପାଇଁ ଚାଷୀମାନଙ୍କୁ ଉସକାଇଥିଲେ ଦୀପ ସିଦ୍ଧୁ
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଯେଉଁ ହିଂସା ହୋଇଥିଲା ତାହା ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟିକରିଛି । ଏହାର ମୁଖ୍ୟ ଖଳନାୟକ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ବୋଲି କୁହାଯାଉଛି । ଦୀପ ସିଦ୍ଧୁ ବିଜେପି ସାଂସଦ ସନି ଦେଓଲଙ୍କ ନିର୍ବାଚନୀ ପରିଚାଳନା କରୁଥିଲେ ମୋଦିଙ୍କୁ ମଧ୍ୟ ଭେଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅପରପକ୍ଷରେ ଲାଲକିଲା ଉପରେ ଦୀପ କିଭଳି ମାଇକ୍ରୋଫୋନ ନେଇ ଚଢ଼ିଥିଲେ ତାହାର ଯାଂଚ କରିବାକୁ ଚାଷୀ ସଂଗଠନ ଦାବି କରିଛି । ଦିଲ୍ଲୀରେ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ହୋଇଥିବା ହିଂସା ଓ ଲାଲକିଲ୍ଲାରେ ହୋଇଥିବା ପ୍ରଦର୍ଶନକୁ ନେଇ ଚାଷୀମାନେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଉପରେ ଦୋଷ ଲଦିଛନ୍ତି । ସେ ହିଁ ଚାଷୀମାନଙ୍କୁ ଉସକାଇଥିଲେ । ଲାଲକିଲ୍ଲାରେ ସେ ସାହିବ ପତାକା ଲଗାଇବା ପରେ ସିଦ୍ଧୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଛାଡ଼ିଥିଲେ । ଯେଉଁଥିରେ ସେ କହିଥିଲେଯେ, ଆମେ କେବଳ ଲାଲକିଲା ଉପରେ ନିଶାନ ସାହିବ ଉଡ଼ାଇଛୁ । ଏହା ଆମର ଅଧିକାର । କିନ୍ତୁ ସେଠାରୁ ତ୍ରିରଙ୍ଗା ହଟାଯାଇନଥିଲା ବୋଲି କହିଛନ୍ତି । ତେବେ ସିଦ୍ଧୁ ହିଁ ବିକ୍ଷୋଭକାରୀଙ୍କୁ ଉସକାଇଥିଲେ ବୋଲି ଚାଷୀ ସଂଗଠନଗୁଡ଼ିକ ଦାବି କରିଛନ୍ତି । ଅପରପକ୍ଷରେ ଦୀପ ସିଦ୍ଧୁ ଥିଲେ ଗୁରୁଦାସପୁର ସାଂସଦ ସନି ଦେୱଲଙ୍କ ନିର୍ବାଚନ ପ୍ରଭାରୀ । ୨୦୧୯ରେ ସେ ତାଙ୍କ ପାଇଁ ପ୍ରଚାର କରୁଥିଲେ । କିନ୍ତୁ ଗତବର୍ଷ ଡିସେମ୍ବରରେ ସନି ଦେଓଲ କିନ୍ତୁ ସିଦ୍ଧୁଙ୍କୁ ଦୂରେଇ ଦେଇଥିଲେ । ତେବେ ସିଦ୍ଧୁ ଓ ଦେଓଲଙ୍କ ମଧ୍ୟରେ ଏମିତି ସମ୍ପର୍କ ଥିଲାଯେ, ସେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରାଇଥିଲେ । ୨୦୧୯ ଅପ୍ରେଲ ୨୮ରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।