ଲିବ୍ୟାରେ ବୁଡିଲା ଜାହଜ : ୭୪ ମୃତ, ୪୦ ନିଖୋଜ

ଲିବ୍ୟାରେ ବୁଡିଲା ଜାହଜ : ୭୪ ମୃତ, ୪୦ ନିଖୋଜ

ଲିବ୍ୟାରେ ବୁଡିଲା ଜାହଜ : ୭୪ ମୃତ, ୪୦ ନିଖୋଜ
ଟ୍ରିପୋଲି : ଲିବ୍ୟାରେ ଏକ ମର୍ମନ୍ତୁଦ ଘଟଣା ଘଟିଛି । ଏକ ଜାହାଜ ବୁଡି ଯିବା କାରଣରୁ ୭୪ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁବାର ଲିବ୍ୟା ଉପକୂଳରେ ରହିଥିବା ଖୋମରେ ଏହି ଦୁର୍ଘଟଣା ଘଟିଥିଲା । ଲିବ୍ୟାର ରାଜଧାନୀ ତ୍ରିପୋଲି ଠାରୁ ୧୨୦ କିମି ଦୂର ଖୋମରେ ଏହି ଦୁର୍ଘଟଣାରେ ୧୨୦ରୁ ଅଧିକ ପ୍ରବାସୀଙ୍କ ପ୍ରାଣହାନି ଘଟିଥିଲା । ମିଳିତ ଜାତିସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମୁତାବକ ଏକ ଜାହାଜ ଭୂମଧ୍ୟ ସାଗର ମଧ୍ୟରେ ଏହି ଜାହଜଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ଜାହଜରେ ପ୍ରାୟ ୧୨୦ରୁ ୧୪୦ ଲୋକ ଉପସ୍ଥିତ ଥିଲେ । ୭୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ପ୍ରାୟ ୪୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ଲିବ୍ୟାରେ ଆତଙ୍କୀ ଆକ୍ରମଣରେ ବ୍ୟତିବ୍ୟସ୍ତ ଏହି ଲୋକମାନେ ସମୁଦ୍ର ପଥ ଦେଇ ଲିବ୍ୟା ଛାଡିବାର ପ୍ରୟାସ କରୁଥିଲେ । ଗୁରୁବାର ରାତିରେ ସମୁଦ୍ର ଦେଇ ପଳାୟନ କରୁଥିବା ବେଳେ ଜାହଜଟି ଦୁର୍ଘଟଣାଗ୍ରସ୍ତ ହେବା ସହିତ ସମସ୍ତେ ପ୍ରାଣ ହରାଇଥିଲେ । ବିଗତ ୭ ବର୍ଷ ମଧ୍ୟରେ ଭୂମଧ୍ୟସାଗରରେ ଜାହଜ ଦୁର୍ଘଟଣାରେ ପ୍ରାୟ ୨୦ ହଜାର ଲୋକ ପ୍ରାଣ ହରାଇଥିବା ନେଇ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଛି ।