ଲୁଡୁ ଖେଳକୁ ନେଇ ଛୁରାମାଡ଼
ଲୁଡୁ ଖେଳକୁ ନେଇ ଛୁରାମାଡ଼
admin
Nov 28, 2019 - 05:18
Updated: Nov 28, 2019 - 05:18
ଗଞ୍ଜାମ: ଝିମିଟି ଖେଳରୁ ମହାଭାରତ । ମୋବାଇଲ୍ରେ ଲୁଡୁ ଖେଳକୁ ନେଇ ପ୍ରଥମେ ବଚସା, ତା’ପରେ ଜଣେ ଅନ୍ୟ ଜଣଙ୍କ ପେଟରେ ଭୁସି ଦେଲା ଛୁରୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗାଁରେ । ସୂଚନାନୁସାରେ, ଗାଁର ରାଧାକୃଷ୍ଣ ମନ୍ଦିର ପାଖରେ କେ. ଦୁର୍ଯ୍ୟାଧନ ରେଡ୍ଡୀ ଓ ଅନ୍ୟ ଜଣେ ଯୁବକ ଲୁଡ଼ୁ ଖେଳୁଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗତକାଲି ରାତିରେ ପୁଣି ସେହି ମନ୍ଦିର ନିକଟରେ ଉଭୟଙ୍କ ଭେଟ ହୋଇଥିଲା।
ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଦୁର୍ଯ୍ୟାଧନଙ୍କୁ ସମ୍ପୃକ୍ତ ଯୁବକ ଜଣକ ଛୁରୀରେ ଆକ୍ରମଣ କରିଥିଲେ।ଦୁର୍ଯ୍ୟାଧନଙ୍କୁ ପ୍ରଥମେ ଛତ୍ରପୁର ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।