୩ ଦିନିଆ ସମ୍ବଲପୁର ବନ୍ଦ

୩ ଦିନିଆ ସମ୍ବଲପୁର ବନ୍ଦ

୩ ଦିନିଆ ସମ୍ବଲପୁର ବନ୍ଦ
ସମ୍ବଲପୁର:ପୁଣି ତେଜିଲା ସମ୍ବଲପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ ଦିନିଆ ସମ୍ବଲପୁର ବନ୍ଦ କରାଯାଇଛି । ସରକାରୀ , ବେସରକାରୀ ଅଫିସ ସହ ବ୍ୟାଙ୍କ ଓ କୋର୍ଟ କଚେରୀ ବନ୍ଦ ହୋଇଛି । କଚେରୀ ଛକରେ କି୍ରୟାନୁଷ୍ଠାନ କମିଟି ସଦସ୍ୟ ଧାରଣା ଦେଇଛନ୍ତି । ବିଚାରପତିମାନେ କୋର୍ଟକୁ ଯାଇ ନପାରି କଚେରୀ ଛକରୁ ଫେରିଗଲେ । ଦୋକାନ ବଜାର ଖୋଲା ରହିଛି , ଗାଡି ଚଳାଚଳ ସ୍ୱାଭାବିକ ରହିଛି ।