ଶିକାର ପାଇଁ ଯାଇ ଶିକାର ହେଲେ

ଶିକାର ପାଇଁ ଯାଇ ଶିକାର ହେଲେ

ଶିକାର ପାଇଁ ଯାଇ ଶିକାର ହେଲେ
ଧର୍ମଗଡ଼: ଶିକାର ପାଇଁ ଯାଇଥିଲେ । ହେଲେ ନିଜ ଗୁଳିରେ ଶିକାରୀ ଜଣକ ନିଜେ ଶିକାର ହୋଇଗଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜୟପାଟଣା ଥାନା କୁଲିଆମୁଣ୍ଡା ଜଙ୍ଗଲରେ । ପଶୁ ଶିକାର ପାଇଁ ଜଣେ ବ୍ୟକ୍ତି ଉକ୍ତ ଜଙ୍ଗଲକୁ ଯାଇଥିଲେ । ତେବେ ଶିକାର ବେଳେ ବ୍ୟାକ ଫାୟାର ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଛି । ବ୍ୟାକ ଫାୟାର ହେବାରୁ ନିଜ ଗୁଳିରେ ହିଁ ଶିକାରୀ ଜଣକ ଟଳି ପଡ଼ିଥିବା ସୂଚନା ମିଳିଛି । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।