ଶୀତ ସରିଥିବାରୁ ତେଲ ଶୀଘ୍ର ଶସ୍ତା ହେବ: ଧର୍ମେନ୍ଦ୍ର

ଶୀତ ସରିଥିବାରୁ ତେଲ ଶୀଘ୍ର ଶସ୍ତା ହେବ: ଧର୍ମେନ୍ଦ୍ର

ଶୀତ ସରିଥିବାରୁ ତେଲ ଶୀଘ୍ର ଶସ୍ତା ହେବ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଜନସାଧାରଣଙ୍କ ରହିଥିବା ଚିନ୍ତା ଦୂର କରିବା ଲାଗି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭରସା ଦେଇ କହିଛନ୍ତି ଯେ ତେଲ ଦାମ ଖୁବଶୀଘ୍ର ହ୍ରାସ ପାଇବ । ଶୀତଦିନ ଶେଷ ହେଉଥିବାରୁ ତେଲ ଦରରେ ହ୍ରାସ ଘଟିବ । ସେ କହିଛନ୍ତି ଯେ ଶୀତଦିନେ ତେଲଚାହିଦା ବଢ଼ିଥାଏ । ଆନ୍ତର୍ଜାତିକ ବଜାରରେ ଚାହିଦା ବଢ଼ିବା ଯୋଗୁଁ ତେଲ ଦର ଉଚ୍ଚ ସ୍ତରରେ ରହିଛି । ଶୀତ ସରି ଆସୁଥିବାରୁ ତେଲ ଖୁବଶୀଘ୍ର ଶସ୍ତା ହେବ । ଦେଶରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦାମରେ ଗତ କିଛି ଦିନରେ ହୋଇଥିବା ବୃଦ୍ଧିକୁ ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ପେଟ୍ରୋଲ ଦାମ ୧୦୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ ୯୦ ଟଙ୍କା ପାଖାପାଖି ରହିଛି । ସେହି ସମୟରେ ଚଳିତ ମାସରେ ଏଲପିଜି ସିଲିଣ୍ଡର ଦାମ ମଧ୍ୟ ତିନି ଥରରେ ୧୦୦ ଟଙ୍କାକୁ ବୃଦ୍ଧି ପାଇଁ ୮୨୦ ଟଙ୍କା ୫୦ ପଇସା ହୋଇଛି ।