ଘରୋଇ ହସ୍ପିଟାଲରେ ଟିକାକରଣ ଅନୁମତି

ଘରୋଇ ହସ୍ପିଟାଲରେ ଟିକାକରଣ ଅନୁମତି

ଘରୋଇ ହସ୍ପିଟାଲରେ ଟିକାକରଣ ଅନୁମତି
ଭୁବନେଶ୍ୱର: ରାଜ୍ୟରେ ଘରୋଇ ହସ୍ପିଟାଲରେ ଟିକାକରଣକୁ ଅନୁମତି ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜା ବା ବିଏସକେୱାଇ ଅଧୀନରେ ଅନୁବନ୍ଧିତ ରାଜ୍ୟର ୧୮୩ଟି ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ ତାହାର ତାଲିକା ଓ ନୋଡାଲ ଅଧିକାରୀଙ୍କ ତଥ୍ୟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ପ୍ରସ୍ତୁତି କରିବା ଲାଗିୀ ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଚିଠିରେ କୁହାଯାଇଛି ଯେ ଘରୋଇ ହସ୍ପିଟାଲମାନେ ଯଥେଷ୍ଟ ସଂଖ୍ୟକ କୋଲଡ ଚେନ ଯନ୍ତ୍ରପାତି ରଖିବା ସହିତ କ୍ଷମତା ବଢ଼ାଇବା ଜରୁରୀ । ଏହା ସହ ଟିକାକରଣ ପାଇଁ ଯଥେଷ୍ଟ ସଂଖ୍ୟକ ରୁମ, ତାଲିମପ୍ରାପ୍ତ ଭ୍ୟାକ୍ସିନେଟର, ଟିକା ନେବା ପରେ ଯଦି କୌଣସି ପାଶ୍ୱର୍ ପ୍ରତିକି୍ରୟା ଦେଖାଦିଏ ତାହାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ କରିବା ଜରୁରୀ ବୋଲି କୁହାଯାଇଛି ।