ଶୀତଦିନରେ କରନ୍ତୁ ଏକ୍ସରସାଇଜ, ରହିବେ ଫିଟ୍
ଶୀତଦିନରେ କରନ୍ତୁ ଏକ୍ସରସାଇଜ, ରହିବେ ଫିଟ୍
ଭୁବନେଶ୍ୱର: ଫିଟ୍ ରହିବା ପାଇଁ ଏକ୍ସରସାଇଜ୍ କରିବା ଆବଶ୍ୟକ। ହେଲେ ଅଧିକାଂଶ ଯୁବପିଢ଼ି ଶୀତଦିନେ ଥଣ୍ଡା ଯୋଗୁ ଏକ୍ସରସାଇଜ୍ କରିବାକୁ ଇଚ୍ଛା କରି ନ ଥା’ନ୍ତି। ହେଲେ ନିୟମିତ ଏକ୍ସରସାଇଜ୍ କରିବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ତେବେ ଶୀତଦିନେ ଏକ୍ସରସାଇଜ୍ କରୁଥିଲେ କେତେକ ଦିଗ ପ୍ରତି ଦୃଷ୍ଟି ଦେଲେ ଉପକୃତ ହୋଇପାରିବେ…
* ଶୀତଦିନେ ଓ୍ବାର୍କଆଉଟ୍ କରିବା ସମୟରେ କଟନ୍ କପଡ଼ା ବ୍ୟବହାର କଲେ ଝାଳରେ ଓଦା ହୋଇ ଥଣ୍ଡା ଲାଗିପାରେ। ତେଣୁ ଏହି ସମୟରେ ସିନ୍ଥେଟିକ୍ କିମ୍ବା ପଲିଷ୍ଟର କପଡ଼ା ବ୍ୟବହାର କରନ୍ତୁ। ଫୁଲ୍ ସ୍ଲିଭ୍ ଟପ୍ସ ମଧ୍ୟ ପିନ୍ଧିପାରିବେ।
* ଶୀତଦିନେ ଶରୀରକୁ ହାଇଡ୍ରେଟ ରଖିବା ଆବଶ୍ୟକ। କାରଣ ଗରମ ଦିନ ତୁଳନାରେ ଶୀତଦିନେ ଶରୀରରୁ କମ୍ ଝାଳ ବୋହିଥାଏ ଓ ବେଶୀ ଶୋଷ ଲାଗି ନ ଥାଏ। ଫଳରେ ଅନେକଙ୍କଠାରେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ। ଏପରି ନ ହେବା ଲାଗି ଏଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ଫ୍ରୁଟ୍ ଜୁସ୍ କିମ୍ବା ସୁପ୍ ମଧ୍ୟ ପିଇପାରିବେ।
* ଏକ୍ସରସାଇଜ୍୍ ପରେ କିଛି ସମୟ ବ୍ରେକ୍ ନିଅନ୍ତୁ। ଜିମ୍ରେ ଏକ୍ସରସାଇଜ୍ ସରିବା ପରେ ସାଙ୍ଗେ ସାଙ୍ଗେ ବାହାରକୁ ଆସନ୍ତୁ ନାହିଁ। କାରଣ ଏହି ସମୟରେ ବାହାର ପରିବେଶର ତାପମାତ୍ରା ଥଣ୍ଡା ଥିବାବେଳେ ଶରୀର ଗରମ ରହିଥାଏ। ତେଣୁ ସାଙ୍ଗେ ସାଙ୍ଗେ ବାହାରକୁ ଆସଲେ ଆପଣଙ୍କ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼ିଥାଏ।
* ଶୀତଦିନେ ଅନେକେ ସୂର୍ଯ୍ୟ କିରଣରେ ଆଉଟ୍ଡୋର୍ ଏକ୍ସରସାଇଜ୍ କରିବାକୁ ଭଲପାଆନ୍ତି। ହେଲେ ଏକ୍ସରସାଇଜ୍ କରୁଥିଲେ ଟ୍ୟାନିଂ ହୋଇପାରେ। ତେଣୁ ବାହାରକୁ ଯିବା ପୂର୍ବରୁ ସନ୍ସ୍କ୍ରିନ୍ ଲଗେଇବାକୁ ଭୁଲନ୍ତୁ ନାହିଁ।
* ଅନେକେ ଥଣ୍ଡା ଲାଗିବା ଯୋଗୁଁ ଶୀତଦିନେ ଗାଧୋଇ ନ ଥା’ନ୍ତି। କିନ୍ତୁ ଓ୍ବାର୍କଆଉଟ୍ ସାରି ଫେରିବା ପରେ ପରିଷ୍କାର ଭାବେ ଗାଧୋଇ ଡ୍ରେସ୍କୁ ଭଲ ଭାବରେ ସଫା କରନ୍ତୁ। ନଚେତ୍ ଝାଳରେ ଧୂଳି ମଳି ଲାଗିବା ଦ୍ୱାରା କୁଣ୍ଡାଇ ହେବା ସହ ଅନ୍ୟାନ୍ୟ ଚର୍ମ ସମସ୍ୟା ଦେଖାଦେଇପାରେ।
* ଶୀତଦିନେ ହଟ୍ ସାଓ୍ବାର୍ ନେଉଥିଲେ ଏକ୍ସରସାଇଜ୍ ପରେ ଶରୀର ଗରମ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।