ଶୋଇଥିବାବେଳେ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା
ଶୋଇଥିବାବେଳେ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା
admin
May 7, 2021 - 07:50
Updated: May 7, 2021 - 07:50
ପିପିଲି : ମାଲିକ ଶୋଇଥିବାବେଳେ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିଛି କର୍ମଚାରୀ । ଏଭଳି ନାରକୀୟ ଘଟଣା ଘଟିଛି ସାତଶଙ୍ଖ ବଜାର ଅଞ୍ଚଳରେ । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗାଁର ଦୀପକ ପାଟ୍ଟସାହାଣୀ (୩୫) ଦୀର୍ଘ ସାତ ଆଠ ମାସ ହେବ ସାତଶଙ୍ଖ ବଜାରରେ ଘର ଭଡ଼ା ନେଇ ମେସିନ ଦ୍ୱାରା ଖଲି ପ୍ଲେଟ, ଅଗରବତୀ ଆଦି ପ୍ରସ୍ତୁତ କରି ବ୍ୟବସାୟ କରୁଥିଲେ । କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଅଞ୍ଚଳର ହିରଣ୍ୟ ସାହୁ(୬୫) ଦୀପକଙ୍କ ପାଖରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା । ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ କାର୍ଯ୍ୟ ହିରଣ୍ୟ ବୁଝାସୁଝା କରୁଥିଲା । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ସ୍ଥାନୀୟ ଲୋକଙ୍କ କହିବା କଥା । ଆଜି ଅପରାହ୍ନରେ ଦୀପକ ଉକ୍ତ ଭଡ଼ା ଘରେ ଶୋଇଥିବା ସମୟରେ ହିରଣ୍ୟ ଏକ ହାତୁଡ଼ିରେ ମାଲିକ ଦୀପକଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ଘଟଣାସ୍ଥଳରେ ଦୀପକଙ୍କର ମୃତୁ୍ୟ ହୋଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି । ହତ୍ୟାରେ ବ୍ୟବହୃତ ହାତୁଡ଼ିକୁ ପୁଲିସ ଜବତ କରିଛି । ଅଭିଯୁକ୍ତ ହିରଣ୍ୟ ହତ୍ୟା କରିବା ପରେ ସାତଶଙ୍ଖ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା କୁହାଯାଉଥିବାବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଛି । ପରେ ପୁରୀରୁ ସାଇଣ୍ଟଫିକ ଟିମ ଆସି ତଦନ୍ତ କରି ଫେରିଛନ୍ତି । ମୃତ ଦୀପକଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ପୁଲିସ କହିଛି । ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।