ସଂସଦ ଭବନ ନିର୍ମାଣ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ସଂସଦ ଭବନ ନିର୍ମାଣ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ସଂସଦ ଭବନ ନିର୍ମାଣ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇପାରିବନି ବୋଲି ସୁପି୍ରମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କେବଳ ଶିଳାନ୍ୟାସ ଏବଂ ପେପର ୱାର୍କ କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କ ଅନୁମତି ଦେଇଛନ୍ତି । କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ । କିନ୍ତୁ ଏ ନେଇ ସୁପି୍ରମକୋର୍ଟଙ୍କ ଚୂଡାନ୍ତ ରାୟ ନ ଆସିବା ପର୍ଯ୍ରନ୍ତ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ କୌଣସି ନିର୍ମାଣ ଉଚ୍ଛେଦ ହେବନି କିମ୍ବା ଗଛ କଟାଯିବନି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ହେବାକୁ ଥିବା କାମ ଗୁଡ଼ିକୁ ଏକାଧିକ ପିଟିସନ ଦ୍ୱାରା ସୁପି୍ରମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ସୁପି୍ରମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠରେ ସୋମବାର ଏହାର ଶୁଣାଣି ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରିବାକୁ ପ୍ରତିଶ୍ରୁତି ଦେବା ପରେ କୋର୍ଟ ଶିଳାନ୍ୟାସ ପାଇଁ ଅନୁମତି ଦେଇଥିଲେ । କେନ୍ଦ୍ର ସରକାର ଏ ସମ୍ପର୍କରେ ନିଜର ଜବାବ ଦାଖଲ କରିବାକୁ କିଝଛି ଦିନ ସମୟ ମାଗିଥିଲେ । କିନ୍ତୁ ୫ ମିନିଟ ମଧ୍ୟରେ ଜବାବ ଦାଖଲ ନିମନ୍ତେ ଖଣ୍ଡପୀଠ ନିଦେ୍ର୍ଧଶ ଦେଇଥିଲେ । ୫ ମିନିଟ ମଧ୍ୟରେ ଜବାବ ନ ମିଳିଲେ ଏହି ପ୍ରକଳ୍ପ ଉପରେ ରହିତାଦେଶ ଜାରି ହେବ ବୋଲି ଖଣ୍ଡପୀଠ କହିଥିଲେ ।