ସନ୍ଦେହଜନକ ଭାବେ ମିଳିଲା ବୋହୂର ମୃତ ଦେହ

ଦାଣ୍ଡ ଦୁଆର ପାଲଟିଲା ମଶାଣୀ ମଶାଣିରେ ନୁହେଁ, ଶାଶୁଘର ଆଗରେ ଜଳିଲା ବୋହୂର ଜୁଇ ଝିଅ ପରିବାର ଲୋକେ ଜାଳିଦେଲେ ଝିଅର ଶବ

ସନ୍ଦେହଜନକ ଭାବେ ମିଳିଲା ବୋହୂର ମୃତ ଦେହ

ଏପରି ଅଭାବନୀୟ ଓ ଅଗ୍ରହଣୀୟ ଘଟଣା ଘଟି ଯାଇଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ । ଶୁକ୍ରବାର ଦିନ ସୁରତ ମାହାନାଙ୍କ ଘରୁ ବନ୍ଦ କୋଠରୀ ଭିତରୁ ବୋହୂର ସନ୍ଦେହଜନକ ଭାବେ  ମୃତଦେହ ଉଦ୍ଧାର ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବିବାଦ । ବୋହୁର ମୃତଦେହ ମିଳିବା ପରେ ଶାଶୁଶ୍ବଶୁର ଫେରାର ହୋଇଯାଇଥିଲେ । କିନ୍ତୁ ଘରେ ଏକା ରହିଥିଲା ଜ୍ବାଇଁ । ପୋଲିସ ମୃତ ଦେହ ଜବତ କରିବା ପରେ ଝିଅର ପରିବାର ଲୋକେ ଆଣିଥିଲେ ହତ୍ୟା ଅଭିଯୋଗ ।

ସୂଚନା ମତାବକ ହରିପୁର ଗ୍ରାମର ସୁରତ ମାହାନାଙ୍କ ପୁଅ ରାମକୃଷ୍ନଙ୍କ ସହ ସସ୍ମିତାଙ୍କ ତିନି ବର୍ଷ ପୂର୍ବରୁ ବିବାହ ହୋଇଥିଲା  । ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା, କିନ୍ତୁ ଗୁରୁବାର ସକାଳେ କୌଣସି କଥାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଏହାର ଘଣ୍ଟାଏ ପରେ ବନ୍ଦ କୋଠରୀ ଭିତରୁ ସନ୍ଦେହଜନକ ଭାବରେ ସସ୍ମିତାଙ୍କ ମୃତ୍ୟୁଦେହ ମିଳିଥିଲା । ପୋଲିସ ଖବର ପାଇ ଶବ ବ୍ୟବଛେଦ ପାଇଁ ହସ୍ପିଟାଲକୁ ନେଇଥିଲା । ମୃତ୍ୟୁଦେହ ପହଁଚିବା ପରେ ପୋଲିସ ଏବଂ ମୃତକଙ୍କ ସମ୍ପକୀୟ ମୁଁହାମୁଁହି ହୋଇଥିଲେ ।

ପୋଲିସ ଶବ ବ୍ୟବଛେଦ ପରେ ଝିଅଘର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା । ଏହାକୁ ପ୍ରତିବାଦ କରି ସସ୍ମିତାଙ୍କ ପରିବାର ଲୋକେ ଶୁକ୍ରବାର ସକାଳୁ ଶାଶୁଘର ଦାଣ୍ଡ ଦୁଆରେ ଜୂଇ ସଜାଇ ଅନ୍ତିମ ସଂସ୍କାର କରିଛନ୍ତି । ଏହାକୁ ଗାଁ ଲୋକେ ପ୍ରତିବାଦ କରି ନଥିଲେ କି ପୋଲିସ ବି ଏହାକୁ ଅଟକାଇ ନ ଥିଲା । ଫଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।  ଏହି ଘଟଣାରେ ଶୁକ୍ରବାର ସ୍ୱାମୀ ରାମକୃଷ୍ଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଶାଶୁ ଶ୍ବଶୁର ଏବଂ ପରିବାର ଲୋକେ ଘରେ ତାଲା ମାରି ଫେରାର ହୋଇଯାଇଛନ୍ତି । ସେପଟେ ହସ୍ପିଟାଲ ପରିସରରୁ ମୃତକଙ୍କ ସ୍ୱାମୀ ରାମକୃଷ୍ନଙ୍କୁ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ତୁରନ୍ତ ଦଣ୍ଡ ଦେବା ଦାବିରେ ପୋଲିସ ଗାଡ଼ି ଆଗରେ ଶୋଇଥିଲେ ଝିଅର ମା ଓ ପିଉସା । ଏହି ଘଟଣାକୁ ନେଇ ଶୁକ୍ରବାର ହସ୍ପିଟାଲ ପରିସରେ ଚାପା ଉତେଜନା ମଧ୍ୟ ପ୍ରକାଶ ପାଇଥିଲା ।