ସମଗ୍ର ରାଜ୍ୟରେ ଶୀତ ଲହର, ୧୦ ଡିଗ୍ରି ତଳେ ୧୦ ସହର
ସମଗ୍ର ରାଜ୍ୟରେ ଶୀତ ଲହର, ୧୦ ଡିଗ୍ରି ତଳେ ୧୦ ସହର
ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଶୀତ ଲହର ଜାରି ରହିଛି। ଆସନ୍ତା ତିନି ଦିନ ରାଜ୍ୟରେ ଅସମ୍ଭାଳ ଶୀତ ହେବ ବୋଲି ଆଶଙ୍କା ବି ରହିଛି। ସର୍ବନିମ୍ନ ତାପମାତ୍ରା ୩ରୁ ୫ଡିଗ୍ରୀ କମିଯିବ । ଶୀତ ଲହରି ବଢିବାର ଆଶଙ୍କା ଥିବାରୁ ରାତି ଓ ପାହାନ୍ତିଆ ସମୟରେ ଘରେ ରହିବାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବାୟୁମଣ୍ଡଳର ତଳଭାଗରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଓଡିଶାକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆଗାମୀ ତିନିଦିନ ଯାଏ ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବାର ଆଶଙ୍କା ରହିଛି ।
ତେବେ ରାଜ୍ୟରେ ୧୦ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଦାରିଂବାଡି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ରହିଥିବାବେଳେ କେନ୍ଦୁଝର, ଭବାନୀପାଟଣା ଓ ସୋନପୁର ସହରରେ ୮ଡିଗ୍ରୀ ରହିଛି ତାପମାତ୍ର । ସେହିପରି ଝାରସୁଗୁଡାରେ ୮.୪ଡିଗ୍ରୀ ଏବଂ କୋରାପୁଟରେ ୯ଡିଗ୍ରୀ, ନୟାଗଡ, ବଲାଙ୍ଗୀର ଓ ଅନୁଗୁଳରେ ୯ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।




admin 