ସମ୍ବଲପୁରରେ ଅଣାୟତ ହାତୀ ଉପଦ୍ରବ, ମାସକରେ ମଲେଣି 4 ମଣିଷ

ସମ୍ବଲପୁରରେ ଅଣାୟତ ହାତୀ ଉପଦ୍ରବ, ମାସକରେ ମଲେଣି 4 ମଣିଷ

ପୁଣି ସମ୍ବଲପୂର ଜିଲ୍ଲା ଯୁଯୁମୁରା ବ୍ଲକ୍ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗାଁରୁ ବଣୁଆ ହାତୀ ଘଉଡାଇବା ବେଳେ ହାତୀ ଗୋଡାଇବାରୁ ପ୍ରାଣ ହରାଇଛନ୍ତି ଗାଁ ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଯୁଯୋମୁରା ବ୍ଲକ ତଥା ଧମା ବନ ବିଭାଗ ବନାଞ୍ଚଳ ଅନ୍ତର୍ଗତ ଗଡଲୋଇସିଂହ ପଞ୍ଚାୟତର ମହିକୁଡପାଲି ଠାରେ ଏକ ବଣୁଆ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଦିନ ପାଖାପାଖି 11 ଟା ସମୟରେ ମହାକୁଡପାଲି ଗ୍ରାମକୁ ଏକ ବଣୁଆ ଦନ୍ତାହାତୀ ଆସି ଉପଦ୍ରବ କରୁଥିବା ବେଳେ ଗ୍ରାମବାସୀଙ୍କ ସହ ମାଙ୍ଗରା ମାହାନ୍ତ ବଣୁଆ ହାତୀ ଘଉଡ଼ାଇବାକୁ ଯାଇଥିଲା। ହାତୀ ଘଉଡାଇଡା ବେଳେ ଲୋକଙ୍କୁ ବଣୁଆ ଦନ୍ତା ଓଲଟା ଆକ୍ରମଣ କରିବା ପାଇଁ ମାଡ଼ି ଆସିଥିଲା। ଏହି ସମୟରେ ମାଙ୍ଗରା ମାହାତୋ  ବଣୁଆ ଦନ୍ତାହାତୀ ହାବୁଡାରେ ପଡ଼ିଯାଇଥିବା ବେଳେ ଦନ୍ତା ତାଙ୍କୁ ଆକ୍ରମଣ କରିବାରୁ ସେ ତଳେ ପଡି ଯାଇଥିଲେ । ଆଉ ତାପରେ ଦନ୍ତା ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ମାଙ୍ଗରା । ଏନେଇ ଗ୍ରାମବାସୀଙ୍କ ଠାରୁ ସୁଚନା ପାଇ ଧମା ବନ ବିଭାଗ ଅଧିକାରୀ ଓ ଯୁଯୋମୁରା ପୋଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଥିଲା । ସରକାରୀଙ୍କ ବନ ବିଭାଗ ନିୟମ ଅନୁସାରେ ମୃତକଙ୍କୁ କ୍ଷତି ପୁରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଧିକାରୀ ।