ପ୍ରଫୁଲ୍ଲ ଘଡେ଼ଇଙ୍କ ଉପରୁ ବହିସ୍କାର ଆଦେଶ ହଟିଲା

ପ୍ରଫୁଲ୍ଲ ଘଡେ଼ଇଙ୍କ ଉପରୁ ବହିସ୍କାର ଆଦେଶ ହଟିଲା

 ପ୍ରଫୁଲ୍ଲ ଘଡେ଼ଇଙ୍କ ଉପରୁ  ବହିସ୍କାର ଆଦେଶ ହଟିଲା
ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇଙ୍କ ଉପରୁ ଆଜି ବିଜେଡି ତା’ର ବହିଷ୍କାର ଆଦେଶ ପ୍ରତ୍ୟାହାର କରିନେଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳ ପକ୍ଷରୁ ଏପରି ପଦକ୍ଷେପକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ସୁକିନ୍ଦା ବିଧାୟକ ପ୍ରଫୁଲ୍ଲ ଘଡେ଼ଇଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି ବୋଲି ବିଜେଡିର ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଖବରକାଗଜରେ ନବୀନଙ୍କ ସଂପର୍କରେ ଟିପ୍ପଣୀକୁ ନେଇ ଶ୍ରୀ ଘଡେ଼ଇ ବିବାଦୀୟ ହୋଇଥିଲେ । ଫଳରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।