ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା : ଜଟିଳ ହୃଦରୋଗରୁ ସୁସ୍ଥ ହେଲେ ବୟୋଜ୍ୟେଷ୍ଠ
ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା : ଜଟିଳ ହୃଦରୋଗରୁ ସୁସ୍ଥ ହେଲେ ବୟୋଜ୍ୟେଷ୍ଠ
admin
Sep 24, 2020 - 06:29
Updated: Sep 24, 2020 - 06:29
ଭୁବନେଶ୍ୱର, ସେପ୍ଟେମ୍ବର ୨୩ : ଜଟିଳ ହୃଦରୋଗ ସମସ୍ୟାରୁ ସୁସ୍ଥ ହେଲେ ଜଣେ ୭୨ ବର୍ଷୀୟ ବୟୋଜ୍ୟେଷ୍ଠ । ସମ୍ ହସ୍ପିଟାଲର ହୃଦରୋଗ ବିଭାଗର ଡାକ୍ତରଙ୍କ ସଫଳ ଉଦ୍ୟମ ଓ କଠୋର ପରିଶ୍ରମ ଫଳରେ ସାଲେପୁର ଅଂଚଳର ୭୨ ବର୍ଷୀୟ ରତ୍ନାକର ବାରିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ଅଗଷ୍ଟ ୨୨ ତାରିଖ ଦିନ ଗୁରୁତର ହୃଦରୋଗ ଜନିତ ସମସ୍ୟା ନେଇ ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ ରତ୍ନାକର । ତାଙ୍କର କରୋନାରୀ ଆର୍ଟେରୀ ଡିଜିଜ୍ ରହିଥିଲା । ସେହିପରି ତାଙ୍କର ଜଟିଳ ଏଲ୍ଭି ଡିସଫଙ୍କସନ୍ ଏବଂ କମ୍ପଲିଟ ହାର୍ଟ ବ୍ଲକ୍ ରହିଥିଲା । ତାଙ୍କ ଫୁସଫୁସରେ ପାଣି ଜମିବା ସହିତ ନିମୋନିଆ ହୋଇଯାଇଥିଲା । ଏପରିକି ତାଙ୍କର କିଡନି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥିଲା ଓ ସୋଡିୟମ୍ ସ୍ତର କମ ଥିଲା । ଅକ୍ସିଜେନ୍ ସାଚୁ୍ୟରେସନ୍ ୬୪ ରୁ ୬୬ ପ୍ରତିଶତ ରହିଥିଲା । ଏଭଳି ପରିସ୍ଥିତିରେ ରୋଗୀଙ୍କୁ ପ୍ରଥମେ ସମ୍ ଆଇସୋଲେସନରେ ଭେଂଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ଏବଂ ଟେମ୍ପରାରୀ ପେସ୍ ମେକର୍ ଲଗାଯାଇଥିଲା ।
ପରବର୍ତୀ ସମୟରେ ତାଙ୍କୁ ମେଡିସିନ୍ ବିଭାଗର କି୍ରଟିକାଲ୍ କେୟାର ୟୁନିଟ୍କୁ ଅଣାଯାଇଥିଲା । ଭେଂଟିଲେଟରରେ ରହିଥିବା ଏହି ରୋଗୀଙ୍କର ଚିକିତ୍ସା କରିବା ସହ ଅସ୍ତ୍ରୋପଚାର କରିବା ଏତେ ସହଜ ନ ଥିଲା । ତେବେ ହୃଦରୋଗ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ତାଙ୍କ ଟିମଙ୍କର ଆପ୍ରାଣ ଉଦ୍ୟମ ଓ ଚିକିତ୍ସା ଫଳରେ ତାଙ୍କ ହାର୍ଟରେ କାର୍ଡିଆକ୍ ସିଙ୍କ୍ରୋନାଇଜେସନ୍ ଥେରାପି ୱିଥ୍ ପେସ୍ ମେକର୍ ଲଗାଯାଇଥିଲା । କାର୍ଡିର୍ଆକ୍ କ୍ୟାଥ୍ ଲ୍ୟାବ୍ରେ ଏହି ଉନ୍ନତମାନର ପେସମେକର୍ ଲଗାଯାଇଥିଲା । ଅତ୍ୟାଧୁନିକ ସିଆର୍ଟି-ପି ଯନ୍ତ୍ରର ସଫଳ ରୋପଣ ଛାତିର ବାମ ପାଶ୍ୱର୍ରେ କରାଯାଇଛି । ଦୀର୍ଘ ଏକ ମାସ ରହିବା ପରେ ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପୁଅ ଦୀପକ ବାରିକ କହିଛନ୍ତି । ସେ ଡାକ୍ତର ଜେନା ଓ ସମ୍ ହସ୍ପିଟାଲର ସମସ୍ତ ଟିମକୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।