ସରକାରଙ୍କ ଛୁଟି ଘୋଷଣାକୁ ଖୋଲାଖୋଲି ଉଲ୍ଲଙ୍ଘନ

ସରକାରଙ୍କ ଛୁଟି ଘୋଷଣାକୁ ଖୋଲାଖୋଲି ଉଲ୍ଲଙ୍ଘନ

ସରକାରଙ୍କ ଛୁଟି ଘୋଷଣାକୁ ଖୋଲାଖୋଲି ଉଲ୍ଲଙ୍ଘନ
ଭୁବନେଶ୍ୱର: ଆଜିକୁ ଦୁଇ ଦିନ ହେଲା ଲଘୁଚାପ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଥମିବାର ନାଁ ଧରୁନି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଠପ୍ ହୋଇପଡିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୧୧ ଜିଳ୍ଲାର ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ସମସ୍ତ ୧୧ ଜିଲ୍ଲା ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ତଥାପି ସରକାରଙ୍କ ଛୁଟି ଘୋଷଣାକୁ କିଛି ଘରୋଇ ବିଦ୍ୟାଳୟ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି । ଗତକାଲି ଠାରୁ ଘୋଷଣା କରାଯାଇଥିଲା ଯେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ଆଜି ଚନ୍ଦ୍ରଶେଖରପୁରର ଡିଏଭି ସ୍କୁଲ ଖୋଲିଥିବା ଆମ ପାଖରେ ସୂଚନା ରହିଛି । ଏଠାରେ ପ୍ରଶ୍ନ ସୃଷ୍ଟି କରୁଛି ଯେ ଲଗାଣ ବର୍ଷାରେ କୌଣସି ଛାତ୍ରଛାତ୍ରୀ ଯଦି ଅସୁବିଧା ପଡନ୍ତି କିଏ ଦାୟୀ ରହିବ? ଲଗାଣ ବର୍ଷାରେ ସ୍କୁଲ ଖୋଲିବା ଦ୍ୱାରା କୌଣସି ପ୍ରକାର ଅଘଟଣ ଘଟେ କିଏ ଦାୟୀ ରହିବ । ତେଣୁ ସରକାରଙ୍କ ଛୁଟି ଘୋଷଣାକୁ ଆମେ ସମସ୍ତେ ପାଳନ କରିବା ଉଚିତ ଅଟେ ।