ସର୍ବଦଳୀୟ ବୈଠକ ପୂର୍ବରୁ ଅସନ୍ତୋଷ ।
ସର୍ବଦଳୀୟ ବୈଠକ ପୂର୍ବରୁ ଅସନ୍ତୋଷ ।
admin
Jun 19, 2020 - 09:30
Updated: Jun 19, 2020 - 09:30
ଭାରତ-ଚୀନ୍ ସୀମାନ୍ତସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ବିବାଦ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟା ବେଳେ ଡାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ରାଜନୈତିକ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ ଯୋଗ ଦେବାକୁ ଆମ୍ ଆଦ୍ମୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ଏଆଇଏମ୍ଆଇଏମ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏ ଭଳି ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଆସାଦୁଦ୍ଦିନ୍ ଓୱାସିଙ୍କ ‘ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସ୍ଲିମିନ୍’, ‘ରାଷ୍ଟ୍ରୀୟ ଜନତା ଦଳ’ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ୍ ଆଦ୍ମୀ ପାର୍ଟି’କୁ ଆଜିର ସର୍ବଦଳୀୟ ବୈଠକକୁ ନିମନ୍ତ୍ରଣ କରାଯାଇ ନାହିଁ। ଏଥିରେ ଉତ୍କ୍ଷିପ୍ତ ହୋଇ ‘ଆପ୍’ ସାଂସଦ ସଞ୍ଜୟ ସିଂହ ଗୁରୁବାର ଦିନ ଟୁଇଟ୍ କରିଛନ୍ତି, କେନ୍ଦ୍ରରେ ଗୋଟାଏ ଅଜବ ଅହଙ୍କାରୀ ସରକାର ରହିଛନ୍ତି। ଦିଲ୍ଲୀରେ ‘ଆପ୍’ର ସରକାର ଅଛି ଏବଂ ପଞ୍ଜାବରେ ‘ଆପ୍’ ମୁଖ୍ୟ ବିରୋଧୀ ଦଳ। ସଂସଦରେ ତା’ର ୪ଜଣ ସାଂସଦ ଅଛନ୍ତି। କିନ୍ତୁ, ସବୁ ଗୁରୁତ୍ବପୂର୍ଣ୍ଣ ମାମଲାରେ ‘ବିଜେପି’ ‘ଆପ୍’ର ମତ ଲୋଡ଼ିବ ନାହିଁ। ଦେଶବ୍ୟାପୀ ଜନତା ବ୍ୟାକୁଳ ହୋଇ ପ୍ରତୀକ୍ଷା କରିଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କ’ଣ କହିବେ। କେଉଁ ଆଧାରରେ ତାଙ୍କ ଦଳକୁ ଆମନ୍ତ୍ରଣ କରାଯାଇ ନାହିଁ ବୋଲି ‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ ଜାଣିବାକୁ ଚାହିଁଛନ୍ତି। ସେ ଟୁଇଟ୍ କରିଛନ୍ତି, ପ୍ରିୟ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, କେବଳ ଜାଣିବାକୁ ଚାହେଁ, ଆଗାମୀକାଲିର ଗଲ୍ୱାନ୍ ଉପତ୍ୟକା ସମ୍ବନ୍ଧୀୟ ସର୍ବଦଳୀୟ ବୈଠକକୁ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ କରାଯିବାର ଯୋଗ୍ୟତା କ’ଣ। ମୋ କହିବାର ଅର୍ଥ କେଉଁ ଆଧାରରେ ଦଳମାନଙ୍କୁ ସାମିଲ/ବାଦ କରାଯାଉଛି। କାରଣ ଏ ପର୍ୟ୍ୟନ୍ତ ଆମ ଦଳ ‘ଆର୍ଜେଡି’ ଆପଣଙ୍କ ବାର୍ତ୍ତା ପାଇନାହିଁ।