ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା

ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା

ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ସହିଦ ହୋଇଥିବା ଓଡ଼ିଆ ଯବାନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡ଼ସୁଆଁଳ ଗ୍ରାମର ଅଜିତ ସାହୁଙ୍କ ପରିବାରକୁ ଅନୁକମ୍ପା ସହାୟତା ରାଶି ଘୋଷଣା କରାଯାଇଛି । ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସହାୟତା ରାଶି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ସହିଦ ଅଜିତ ସାହୁ ଦେଶର ସୁରକ୍ଷା ଓ ଏକତା ପାଇଁ ଚରମ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ସେ କୋଠର ଭାଷାରେ ନିନ୍ଦା କରିଛନ୍ତି । ଅଜିତଙ୍କ ସହିଦ ହେବା ନେଇ ମଙ୍ଗଳବାର ତାଙ୍କ ଘରକୁ ଫୋନ ଆସିଥିଲା । ପୁଲୱାମା ଅରିହଲ ଅଂଚଳରେ ଗତକାଲି ସନ୍ଧ୍ୟାରେ ଆତଙ୍କାବାଦୀମାନେ ସେନା ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ଅଜିତ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତାଙ୍କ ସହିଦ ସମ୍ପର୍କ ଖବର ନେଇ ମଙ୍ଗଳବାର ସକାଳେ ଆର୍ମି କ୍ୟାମ୍ପରୁ ଫୋନ୍‌ ଆସିଥିଲା ।