ସାମ୍ବାଦିକମାନଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସାମ୍ବାଦିକମାନଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସାମ୍ବାଦିକମାନଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରବିବାର ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ରାଜ୍ୟର ୬୯୪୪ ଜଣ ସାମ୍ବାଦିକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣାବେଳେ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । କରୋନା ସତ୍ତ୍ୱେ ସାମ୍ବାଦିକମାନେ ରାଜ୍ୟବାସୀଙ୍କ ପାଖରେ ଖବର ପହଞ୍ଚାଉଛନ୍ତି । ଲୋକଙ୍କ ପାଖରେ କରୋନା ସଚେତନତା ସମ୍ପର୍କିତ ଖବର ପହଞ୍ଚାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, କରୋନା ମହାମାରୀରେ ଗତ କିଛି ଦିନ ହେଲା ରାଜ୍ୟରେ ବହୁ ସାମ୍ବାଦିକଙ୍କ ମୃତୁ୍ୟ ହୋଇଛି । ଯାହାକୁ ନେଇ ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି ହୋଇଆସୁଥିଲା ।