ମମତାଙ୍କ ଘର ସାମ୍ନାରେ ଭିଡ ବଢିଲାଣି, ଜିନ୍ଦାବାଦ ନାରାରେ କମ୍ପାଇ ଦେଉଥିବା ଦେଖିବାକୁ ମିଳିଛି

ମମତାଙ୍କ ଘର ସାମ୍ନାରେ ଭିଡ ବଢିଲାଣି, ଜିନ୍ଦାବାଦ ନାରାରେ କମ୍ପାଇ ଦେଉଥିବା ଦେଖିବାକୁ ମିଳିଛି

ମମତାଙ୍କ ଘର ସାମ୍ନାରେ ଭିଡ ବଢିଲାଣି, ଜିନ୍ଦାବାଦ ନାରାରେ କମ୍ପାଇ ଦେଉଥିବା ଦେଖିବାକୁ ମିଳିଛି
କୋଲକାତା : କରୋନା ପାଇଁ ନିର୍ବାଚନ ବିଜୟ ଉତ୍ସବ ଉପରେ କଟକଣା ଲାଗିଛି । କିନ୍ତୁ ସମର୍ଥକମାନେ ମାନିବା ସ୍ଥିତିରେ ନାହାନ୍ତି । ସମ୍ପ୍ରତି ପଶ୍ଚିମବଙ୍ଗରେ ଟିଏମସି ବହୁ ଆସନରେ ଆଗୁଆ ରହିଛି । ପ୍ରାୟ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବାବେଳେ ଟିଏମସି ୧୯୪ ଆସନରେ ଆଗୁଆ ଥିବାବେଳେ ବିଜେପି ୯୪ ଆସନରେ ଆଗରେ ରହିଛି । ମମତା ନନ୍ଦୀଗ୍ରାମରେ ପଛୁଆ ଥିଲେବି ବହୁ କାର୍ଯ୍ୟକର୍ତା ତାଙ୍କ ଘର ସାମ୍ନାରେ ପହଁଚି ଜିନ୍ଦାବାଦ ନାରାରେ କମ୍ପାଇ ଦେଉଥିବା ଦେଖିବାକୁ ମିଳିଛି । ଏପରିକି ମମତା ପ୍ରାୟ ଦୁଇ ଘଂଟାପରେ ଭର୍ଚୁଆଲ ମାଧ୍ୟମରେ କହିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସାରା ଭାରତର ନଜର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଥିଲା । କାହିଁକିନା ମମତାଙ୍କୁ ଗାଦିରୁ ହଟାଇବା ପାଇଁ ବିଜେପି ସେଠାରେ ବହୁ ପରିଶ୍ରମ କରିଥିଲା । ୨୦୧୯ ନିର୍ବାଚନରେ ବି ବିଜେପି ଆଶାତୀତ ପ୍ରଦର୍ଶନ କରିଥିଲା । ଗତ ବିଧାନସଭା ନିର୍ବାଚନରେ ଦଳ ୩ଟି ଆସନ ପାଇଥିବାବେଳେ ଏବେ ପ୍ରାୟ ଶହେ ଆସନରେ ଆଗୁଆ ରହି ଚମକାଇଦେଇଛି । ଭୋଟ ଗଣତି ଜାରି ରହିଥିବାବେଳେ ବିଜେପି କ୍ଷମତାକୁ ଫେରିବା ନିଶ୍ଚିତ ବୋଲି ମୁଖପାତ୍ରମାନେ ଦାବି କରିଛନ୍ତି ।