ସୁଶାନ୍ତ ସିଂ ରାଜପୁତ ମାମଲା : ବୟାନ ବଦଳାଇଲେ ଦୁଇ ଅଭିଯୁକ୍ତ

ସୁଶାନ୍ତ ସିଂ ରାଜପୁତ ମାମଲା : ବୟାନ ବଦଳାଇଲେ ଦୁଇ ଅଭିଯୁକ୍ତ

ସୁଶାନ୍ତ ସିଂ ରାଜପୁତ ମାମଲା : ବୟାନ ବଦଳାଇଲେ ଦୁଇ ଅଭିଯୁକ୍ତ
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବୟାନ ବଦଳାଇଛନ୍ତି ଦୁଇ ଅଭିଯୁକ୍ତ । ଦୁଇ ଡ୍ରଗ୍ସ ବେପାରୀ ଜୈଦ ଭିଲତାରା ଏବଂ ଅବଦୁଲ ବସିତ ପରିହାର ନିଜର ବୟାନ ବଦଳାଇଛନ୍ତି । ଉଭୟ ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏବଂ ଦୀପେଶ ସାୱନ୍ତଙ୍କୁ ଡ୍ରଗ୍ସ ବିକିଥିବା ନେଇ ସ୍ୱୀକାର କରିଥିଲେ । ତେବେ ଆଜି ଏହାକୁ ଅସ୍ୱୀକାର କରିବା ସହିତ ଏନସିବି ଚାପରେ ଉଭୟ ଏପରି ବୟାନ ଦେଇଥିଲେ ବୋଲି କହିଛନ୍ତି । ଉଭୟଙ୍କ ବୟାନ ଆଧାରରେ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କ ବୟାନ ଏନସିବି ପାଇଁ ଅଡୁଆ ସୃଷ୍ଟି କରିଛି । ତେବେ ସୌଭିକ ମିରାଣ୍ଡାଙ୍କୁ ପଠାଇଥିବା ଏକ ମେସେଜରେ ଭିଲତାରାଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ କୁହାଯାଇଛି । ତେବେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ପଚରା ଉଚୁରା ଜାରି ରଖିଛି । ରବିବାର ପ୍ରାୟ ୬ ଘଣ୍ଟା ପଚରାଉଚୁରା ପରେ ସୋମବାର ସକାଳ ୯.୩୦ରୁ ପଚରା ଉଚୁରା ଆରମ୍ଭ କରିଥିଲା ଏନସିବି ।