ସୂର୍ଯ୍ୟଙ୍କ ବଡ଼ ଅଂଶ ଭାଙ୍ଗିଲା

ସୂର୍ଯ୍ୟଙ୍କ ବଡ଼ ଅଂଶ ଭାଙ୍ଗିଲା

ସୂର୍ଯ୍ୟଙ୍କ ବଡ଼ ଅଂଶ ଭାଙ୍ଗିଲା


ନାସା: ସୂର୍ଯ୍ୟରୁ ସର୍ବଦା ଉଚ୍ଚ ଶକ୍ତିସମ୍ପନ୍ନ ଶିଖା ନିର୍ଗତ ହେଉଥାଏ । ଏହା ଦ୍ୱାରା ପୃଥିବୀରେ ଯୋଗାଯୋଗ ଉପରେ ପ୍ରଭାବ ପଡେ଼ । ସୂର୍ଯ୍ୟର ଏକ ବଡ଼ ଅଂଶ ଏବେ ଭାଙ୍ଗି ଅଲଗା ହୋଇଯାଇଛି , ଏହା ବୈଜ୍ଞାନିକ ଙ୍କ ଚିନ୍ତାର କାରଣ । ପୃଥିବୀ ଉପରେ ଏହାର କି ପ୍ରଭାବ ପଡ଼ିବ, ସେ ବିଷୟରେ ସେମାନେ ଜାଣିବାକୁ ଚେଷ୍ଠା କରୁଛନ୍ତି । ଭାଙ୍ଗି ଯାଇଥିବା ଅଂଶ ଘୂର୍ଣ୍ଣିବଳୟ ଭଳି ସୂର୍ଯ୍ୟ ଚଃତୁପାଶ୍ୱର୍ରେ ଘୂରି ବୁଲୁଛି ।

ନାସାର ଜେମ୍ସ ୱେବ୍ ଟେଲିସ୍ପୋପ୍ ଏହି ଘଟଣାକୁ ରେକଡର଼୍ କରିଛି । ଗତ ସପ୍ତାହରେ ସ୍ପେସ୍ ୱେଦର ଫୋରକାଷ୍ଟର ଡ଼.ତମିତା ସ୍କୋବ୍ ଏହି ଘଟଣାର ଭିଡ଼ିଓ ଟ୍ୱିଟରରେ ସେୟାର କରିଥିଲେ ,ଉତରମେରୁ ନିକଟରେ ଏକ ଅଂଶ ମୁଖ୍ୟ ଫିଲାମେଂଟରୁ ଭାଙ୍ଗି ଅଲଗା ହୋଇଛି ।

ୟୁଏସ୍ ନ୍ୟାସନାଲ୍ ସେଂଟର ଫର୍ ଆଟ୍ମୋସଫିୟରିକ୍ ରିସର୍ଚ୍ଚର ସୋଲାର୍ ଫିଜିସିଷ୍ଟ୍ ସ୍କଟ୍ ମ୍ୟାକିନ୍ଟୋଶ୍ ଦୀର୍ଘ ଦଶନ୍ଧି ଧରି ସୂର୍ଯ୍ୟ ଉପରେ ଗବେଷଣା କରୁଛନ୍ତି । ସୈାରଶିଖା ଭାଙ୍ଗିବା ପରେ ଏଭଳି ବଳୟ କେବେ ଦେଖାଯାଇନଥିଲା ବୋଲି ସେ କହିଛନ୍ତି । ନାସା ଅନୁସାରେ ,ପୂର୍ବରୁ ଏଭଳି ଘଟଣା ହୋଇଛି କିନ୍ତୁ ସଦ୍ୟ ଘଟଣା ଚିନ୍ତା ବଢାଇଛି । ଏଥିପାଇଁ ସୂର୍ଯ୍ୟ ଉପରେ ୨୪ ଘଂଟା ନଜର ରଖାଯାଇଛି ।

ସ୍ପେସ୍ ୱେଦର ଡ଼ଟ କମ୍ର ଏକ ରିପୋର୍ଟ ଅନୁସାରେ , ଗତ ମଙ୍ଗଳବାର ମଧ୍ୟମ ଆକାରଯୁକ୍ତ ସୈାରଶିଖା ଯୋଗୁ ପ୍ରଶାନ୍ତ ମହାସାଗରରେ ଏକ ଶର୍ଟୱେବ ରେଡ଼ିଓ ନିଷ୍କ୍ରିୟ ହୋଇଥିଲା ।