ସ୍ମାର୍ଟ ୱାଚର ଖାସିୟତ

ସ୍ମାର୍ଟ ୱାଚର ଖାସିୟତ

ସ୍ମାର୍ଟ ୱାଚର ଖାସିୟତ

ଭୁବନେଶ୍ୱର: ଅଧିକାଂଶ ଲୋକେ ଅଫିସ ଯିବା ସମୟରେ ହେଉ କିମ୍ବା ଘରୁ ବାହାରକୁ ବାହାରିଲେ ଘଣ୍ଟା ପିନ୍ଧିବାର ଅଭ୍ୟାସ ଥାଏ । ଘଣ୍ଟା ଆମକୁ ସମୟ ବିଷୟରେ ଅବଗତ କରାଇଥାଏ । ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ୍‌ ଘଣ୍ଟା ପ୍ରସ୍ତୁତ ହେଲାଣି । ହେଲେ ଏପରି ଏକ ସ୍ମାର୍ଟ ଘଣ୍ଟା ଅଛି, ଯାହା ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେବା ସହ ତାହାକୁ ଗ୍ରହଣ ନ କରିବା ପର୍ଯ୍ୟନ୍ତ ବନ୍ଦ ହୋଇ ନ ଥାଏ । କଥା କ’ଣ କି ଆଜିକାଲି ଭୋରରୁ ହେଉ କିମ୍ବା କୌଣସି କାମ ପୂର୍ବରୁ କେତେକ ଘଣ୍ଟାରେ ଆଲାରାମ ସେଟ୍‌ କରିଥାଆନ୍ତି । ଆଲାରାମ କିଛି ସମୟ ବାଜିବା ପରେ ବନ୍ଦ ହୋଇଯାଇଥାଏ ।

ବିଶେଷ ଭାବରେ ଭୋରରୁ ଉଠିବା ପାଇଁ ସେଟ୍‌ ହୋଇଥିବା ଆଲାରାମକୁ ନିଘୋଡ଼ ନିଦରେ ଶୋଇଥିବା କେତେକ ବ୍ୟକ୍ତି ଗ୍ରହଣ କରି ନ ଥାନ୍ତି । ହେଲେ ବିଛଣା ଛାଡ଼ିଲା ବେଳକୁ ସେମାନଙ୍କର ରୁଟିନ୍‌ ଲାଇଫ୍‌ ଓଲଟ ପାଲଟ ହୋଇଯାଇଥାଏ । ତେବେ ଏହି ସ୍ମାର୍ଟ ଘଣ୍ଟାର ଆଲାରାମ ସମ୍ପୃକ୍ତ ବ୍ୟକ୍ତି ନ ଉଠିବା ପର୍ଯ୍ୟନ୍ତ ବାଜିଥାଏ । ଏଥିରେ କୌଣସି ତାର ସଂଯୋଗ କରାଯାଇ ନ ଥାଏ । କେବଳ ବ୍ୟାଟେରି ପକାଇଲେ ତାହା ଚାଲିଥାଏ । ଯଦି ସେହି ବ୍ୟକ୍ତି ଏହାର ଆଲାରାମକୁ ଧ୍ୟାନ ନ ଦିଅନ୍ତି ତେବେ ତାହା ସେ ଉଠିବା ପର୍ଯ୍ୟନ୍ତ ବାଜି ଚାଲିଥାଏ । ବିଶେଷଭାବରେ ଅଳସୁଆ ବ୍ୟକ୍ତିଙ୍କ ପାଇଁ ଏଭଳି ସ୍ମାର୍ଟ ଘଣ୍ଟା ଅଧିକ କାମରେ ଆସିବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।