ହାତୀକୁ ଗୁଳି, ମନ୍ତ୍ରୀଙ୍କୁ ଦେବୀଙ୍କ ଫୋନ୍

ହାତୀକୁ ଗୁଳି, ମନ୍ତ୍ରୀଙ୍କୁ ଦେବୀଙ୍କ ଫୋନ୍

ହାତୀକୁ ଗୁଳି, ମନ୍ତ୍ରୀଙ୍କୁ ଦେବୀଙ୍କ ଫୋନ୍

କଟକ: ହାତୀକୁ ଗୁଳି । ଏଥିରେ କଲବଲ ହେଉଛି ହାତୀଟି । ବୁଲୁଛି ନରସିଂହପୁର ଜଙ୍ଗଲରେ । ଗର୍ଜନ କରୁଛି । ବେଶି ଚଲାବୁଲା କରିପାରୁନି । ଏ ଖବର ଆଜି ପାଇଲେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର । ଖବର ପାଇବା ପରେ ତୁରନ୍ତ ନିଜ ବନ୍ଧୁ ତଥା ନୂଆ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଫୋନ କଲେ । ହାତୀକୁ ବଞ୍ଚାଇବା ପାଇଁ ତୁରନ୍ତ ସହଯୋଗ କରିବାକୁ ଅନୁରୋଧ କଲେ । ବନ ବିଭାଗ ପିସିସିଏଫ ଓ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିକୁ ମଧ୍ୟ ଦେବୀ ଜଣାଇଥିବା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗ ଚିକିତ୍ସାକାରୀ ଭେଟେରେନାରୀ ଟିମ୍କୁ ଧରି ହାତୀ ପାଖରେ ପହଞ୍ଚିଛନ୍ତି । ଶେଷ ଖବର ମୁତାବକ, ହାତୀ ଦେହରେ ଏକାଧିକ ଗୁଳି ବାଜିଛି । ସେ କିଛିଦିନ ହେବ ଏଥିଯୋଗୁ ଅସୁସ୍ଥ ହୋଇପଡ଼ିଛି । ଏହାର ଚିକିତ୍ସା ଆରମ୍ଭ ହୋଇଛି । 

  ଏବେ ପ୍ରଶ୍ନ ଉଠୁଛି, ହାତୀକୁ କେଉଁଠି ଗୁଳି ମାଡ଼ କରାଗଲ? ବନ ବିଭାଗ କେମିତି ଏ ଖବର ପାଇଲାନି । କେତେ ଆଉ ହାତୀ, ବାଘ ଭଳି ବନ୍ୟପ୍ରାଣୀ ଶିକାର ଚାଲିବ । ବର୍ତ୍ତମାନ ରାଜ୍ୟରେ ବନ୍ୟପ୍ରାଣୀ ଶିକାର ବଢ଼ିଯାଇଛି । ପ୍ରତି ସପ୍ତାହରେ ଏଭଳି ଖବର ମିଳୁଛି ।