ମୁଖପାତ୍ର, ନେତାଙ୍କୁ ବିଜେପିର ତାଗିଦ୍

ମୁଖପାତ୍ର, ନେତାଙ୍କୁ ବିଜେପିର ତାଗିଦ୍

ମୁଖପାତ୍ର, ନେତାଙ୍କୁ ବିଜେପିର ତାଗିଦ୍

ନୂଆଦିଲ୍ଲୀ: ଅନାବଶ୍ୟକ ବିବାଦ ଟାଣି ଆଣନି । ମୁହଁରେ ଲଗାମ ଦିଅ । ଏମିତି କିଛି କଥା କୁହନି, ଯାହାକୁ ନେଇ ଦଳ ଅଡ଼ୁଆର ସମ୍ମୁଖୀନ ହେବ । ଭାବିଚିନ୍ତି କଥା କୁହ । ବିଶେଷ କରି ଟିଭି ବିତର୍କରେ ଯୋଗ ଦେବାବେଳେ ଅତି ସତର୍କତାର ସହ ନିଜ କଥା ରଖନ୍ତୁ । ମୁଖପାତ୍ର ଓ ଦଳର କିଛି ବଡ଼ ନେତାଙ୍କୁ ବିଜେପି ପକ୍ଷରୁ ଏଭଳି ସତର୍କତା ସହ ତାଗିଦ୍ କରାଯାଇଛି । ଯଦିଓ ଏ ନେଇ କୌଣସି ବିଧିବଦ୍ଧ ଲକ୍ଷ୍ମଣରେଖା ଚିଠି ଜାରି କରାଯାଇନି, କିନ୍ତୁ ଦଳର ଶୀର୍ଷ ନେତୃତ୍ୱ ମୁଖପାତ୍ରମାନଙ୍କୁ ଏ ନେଇ ସତର୍କ କରାଇଛନ୍ତି ।

  ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଭଳି କୁହାଳିଆ ନେତା ଯେଉଁଭଳି ଆପତ୍ତିଜନକ ମନ୍ତବ୍ୟ ରଖିଲେ, ତାହା ଆନ୍ତର୍ଜାତିକ ପ୍ରସଙ୍ଗ ହୋଇଗଲା । ଏହି ପ୍ରସଙ୍ଗ ନେଇ କେନ୍ଦ୍ରର ବିଜେପି ସରକାର ମଧ୍ୟ ବେଶ ଅପଦସ୍ତ ହେଲେଣି । ଅନେକ ଦେଶକୁ ଭାରତୀୟ ରାଷ୍ଟ୍ରଦୂତମାନେ ସଫେଇ ଦେଉଛନ୍ତି । ତେଣୁ ବିଜେପି କେନ୍ଦ୍ରୀୟ ନେତାମାନେ ଅଲିଖିତ ଲକ୍ଷ୍ମଣରେଖା ଟାଣିଛନ୍ତି ଜାତୀୟ ମୁଖପାତ୍ର ଓ କିଛି କେନ୍ଦ୍ରୀୟ ନେତାଙ୍କ ପାଇଁ । ଜାତୀୟ ଚ୍ୟାନେଲରେ ଭାଗ ନେଉଥିବା ଏଭଳି ୩୦ଜଣ ନେତାଙ୍କୁ କୁହାଯାଇଛି, କୌଣସି ଧର୍ମ କିମ୍ବା ମହାପୁରୁଷଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ କେହି ରଖିବେ ନାହିଁ । ସବକା ସାଥ୍, ସବକା ବିକାଶ ଓ  ସବକା ବିଶ୍ୱାସର ବାର୍ତ୍ତାକୁ ମୁଣ୍ଡରେ ରଖି ଜବାବ ରଖ । କୌଣସି ଧର୍ମ କିମ୍ବା ସମ୍ପ୍ରଦାୟକୁ ବାଧିଲା ଭଳି କଥା ନ କହିବାକୁ ତାଗିଦ କରାଯାଇଛି ।