ନାବାଳିକାଙ୍କୁ ଗ୍ୟାଙ୍ଗ ରେପ, ବିଧାୟକଙ୍କ ପୁଅ ଗିରଫ
ନାବାଳିକାଙ୍କୁ ଗ୍ୟାଙ୍ଗ ରେପ, ବିଧାୟକଙ୍କ ପୁଅ ଗିରଫ
ହାଇଦ୍ରବାଦ: ହାଇଦ୍ରାବାଦରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା (କଲେଜ ଛାତ୍ରୀ) ଗ୍ୟାଙ୍ଗ ରେପ୍ ମାମଲାରେ ଆଉ ଏକ ନୂଆ ଖୁଲାସା । ପୂର୍ବରୁ ୫ଜଣ ଧରାପଡ଼ିଥିବାବେଳେ ଏବେ ଆଉ ଜଣେ ଗିରଫ ହୋଇଛନ୍ତି । ଏବେ ଜଣେ ବିଧାୟକଙ୍କ ପୁଅ ଗିରଫ ହୋଇଛି । ବିଧାୟକଙ୍କ ପୁଅ ଜଣକ ନାବାଳକ । ତେବେ ଧର୍ଷଣ ନୁହେଁ, ନାବାଳିକାଙ୍କୁ ଅସଦାଚରଣ ସହ ତାଙ୍କ ସହ ଅଶ୍ଳିଳ ଆଚରଣ କରିଥିବା ଅଭିଯୋଗରେ ବିଧାୟକଙ୍କ ପୁଅ ଗିରଫ ହୋଇଥିବା କୁହାଯାଉଛି । ଏ ମାମଲା ପୂରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ମେ’ ୨୮ ତାରିଖରେ ନାବାଳିକା ଜଣଙ୍କୁ ଏକ କାରରେ ଗଣବଳାକ୍ରାର କରାଯାଇଥିଲା । ଏ ମାମଲାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ସଂପୃକ୍ତ ଥିବା ପୂର୍ବରୁ ଶୁଣିବାକୁ ମିଳିଥିଲା । ଏପରିକି ବିଧାୟକଙ୍କ ପୁଅ ସଂପୃକ୍ତି ନେଇ ଅଭିଯୋଗ ଉଠିଥିଲା । ଏବେ ଏ ମାମଲା ନେଇ ରାଜନୈତିକ ଝଡ଼ ବି ଉଠିଛି ।




admin 