ହେମନ୍ତଙ୍କ ନୂଆ ବିଏମଡବ୍ଲୁ୍ୟ କାରକୁ ନେଇ ଘେରିଲେ ବିରୋଧୀ
ହେମନ୍ତଙ୍କ ନୂଆ ବିଏମଡବ୍ଲୁ୍ୟ କାରକୁ ନେଇ ଘେରିଲେ ବିରୋଧୀ
admin
Aug 21, 2020 - 08:45
Updated: Aug 21, 2020 - 08:45
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନୂଆ ବିଏମଡବ୍ଲୁ୍ୟ କାରକୁ ନେଇ ବିରୋଧୀ ଘେରିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ରଘୁବୀର ଦାସ ସରକାରୀ ଭାବେ ଟୟାଟା କାମରି ଗାଡ଼ି ବ୍ୟବହାର କରୁଥିଲେ । ମାତ୍ର ହେମନ୍ତ ସୋରେନ ନୂଆ କରି ବିଏମଡବ୍ଲୁ୍ୟ ୫୨୦ ଡି କିଣିଛନ୍ତି ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ଅଗଷ୍ଟ ୧୪ ରେ ଏକ ଭିଆଇପି ନମ୍ବରରେ ଏହି ବିଏମଡବ୍ଲୁ୍ୟ କାରର ରେଜିଷ୍ଟ୍ରେସନ (ଜେଏଚ୦୧-ଡିଜେଡ-୩୩୩୩) ହୋଇଛି । ଅପରପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଟୟୋଟା କାମରି କାର ଚଢ଼ୁଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ କାହିଁକି ଏତେ ଦାମୀ କାର କିଣିଛନ୍ତି ବୋଲି ତାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଘେରିଛି । ରାଜ୍ୟରେ ଯେଉଁ ସମୟରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଠିକ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦାମୀ କାର କିଣିବା ରାଜ୍ୟବାସୀଙ୍କ ପାଇଁ ପରିହାସ ବୋଲି ବିଜେପି ନେତା କୁନାଲ ଷଡଙ୍ଗୀ କହିଛନ୍ତି । ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି କାର କିଣାଯାଇଛି ବୋଲି ଜେଏମଏମ ମୁଖପାତ୍ର ବିନୋଦ ପାଣ୍ଡେ କହିଛନ୍ତି ।