ହୋଇପାରେ ବିପଦ, ଭାରତ ଓ ରୁଷିଆର ଉପଗ୍ରହ ନିକଟତର
ହୋଇପାରେ ବିପଦ, ଭାରତ ଓ ରୁଷିଆର ଉପଗ୍ରହ ନିକଟତର
admin
Nov 28, 2020 - 12:10
Updated: Nov 28, 2020 - 12:10
ନୂଆଦିଲ୍ଲୀ: ମହାକାଶରେ ଭାରତ ଓ ରୁଷିଆର ଦୁଇଟି ଉପଗ୍ରହ ବିପଜ୍ଜନକ ଭାବେ ନିକଟତର ହୋଇଛନ୍ତି । ଭାରତର କର୍ଟୋସାଟ ୨ ଏଫ ଉପଗ୍ରହ ଏବଂ ରୁଷିଆର ଭୂ-ନିରୀକ୍ଷଣ ଉପଗ୍ରହ (କାନୋପସ ଭି) ପରସ୍ପରର ଖୁବ ନିକଟକୁ ଆସିଯାଇଛନ୍ତି । ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି ଉଭୟ ଉପଗ୍ରହ ମଧ୍ୟରେ ଦୂରତା ମାତ୍ର ୨୨୪ ମିଟର ରହିଛି । ତେବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଉଭୟ ଉପଗ୍ରହ ମଧ୍ୟରେ ଦୂରତା ୪୨୦ ମିଟର ରହିଛି । ଭାରତର ଗୁଇନ୍ଦା ଉପଗ୍ରହ କାର୍ଟେସାଟ ୨ ଏଫ ଉପଗ୍ରହର ଓଜନ ୭୦୦ କିଲୋଗ୍ରାମ । ଯେତେବେଳେ ଏହି ଦୁଇ ଉପଗ୍ରହ ମଧ୍ୟରେ ବ୍ୟବଧାନ ୧୫୦ ମିଟରରୁ କମ ରହିବ ସେତେବେଳେ ଏହାର ଗତି ବଦଳାଇବା ପାଇଁ କିଛି କୌଶଳ ଅବଲମ୍ବନ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି ।