୧୦ରୁ ପୁଣି ରାଜ୍ୟରେ ବର୍ଷା

୧୦ରୁ ପୁଣି ରାଜ୍ୟରେ ବର୍ଷା

୧୦ରୁ ପୁଣି ରାଜ୍ୟରେ ବର୍ଷା
ଭୁବନେଶ୍ୱର : ଅକ୍ଟୋବର ପହିଲାରୁ ଲଘୁଚାପ ଯୋଗୁଁ ଲାଗି ରହିଥିବା ବର୍ଷାରେ ଏବେ ବିରାମ ଲାଗିଛି । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇପାରେ । କିନ୍ତୁ ୧୦ ତାରିଖରୁ ପୁଣି ଥରେ ରାଜ୍ୟବ୍ୟାପି ବର୍ଷା ଆରମ୍ଭ ହୋଇଯିବ । ଥାଇଲାଣ୍ଡ ଉପକୂଳ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହେବ । ଅନ୍ୟପଟେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକି୍ରୟା ଜାରି ରହିଛି । ରାଜସ୍ଥାନର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସରି ଯାଇଥିବା ବେଳେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ଆଉ କିଛି ଅଞ୍ଚଳ ସମେତ ଗୁଜୁରାଟର ଅନେକାଂଶ ଓ ଉତ୍ତର ଆରବ ସାଗରର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିଦେ୍ର୍ଧଶକ ଏଚଆର ବିଶ୍ୱାସ କହିଛନ୍ତି ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପ ବଳୟ ଧୀରେ ଧୀରେ ଅସ୍ପଷ୍ଟ ହେବାରେ ଲାଗିଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟଟି ଏବେ ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ରହିଛି । ଫଳରେ ଲଘୁଚାପର ପ୍ରଭାବ ଆଉ ରାଜ୍ୟରେ ଅନୁଭୂତ ହେବ ନାହିଁ । ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମିବ । ୭ ତାରିଖ ଦିନ କିଛି କିଛି ସ୍ଥାନରେ ବର୍ଷା ହେବ । ୧୦ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷ କରି ଉପକୂଳ ଓଡ଼ିଶାରେ ବେଶି ବର୍ଷା ହେବାର ସମ୍ଭାବନା ରହିଛି ।