୧୩ ବର୍ଷର ପୁଅ ଚଳାଇଲା କାର, ୨୫ ହଜାର ତଣ୍ଡ ଗଣିଲେ ଶିକ୍ଷକ ବାପା

୧୩ ବର୍ଷର ପୁଅ ଚଳାଇଲା କାର, ୨୫ ହଜାର ତଣ୍ଡ ଗଣିଲେ ଶିକ୍ଷକ ବାପା

୧୩ ବର୍ଷର ପୁଅ ଚଳାଇଲା କାର, ୨୫ ହଜାର ତଣ୍ଡ ଗଣିଲେ ଶିକ୍ଷକ ବାପା
ରାୟଗଡ଼ା - ୧୩ ବର୍ଷର ପୁଅ ଚଳାଇଲା କାର । ବାପା ଗଣିଲେ ୨୫ ହଜାର ତଣ୍ଡ । ପରିବହନ ଓ ପୁଲିସ କର୍ମଚାରୀ ପହଞ୍ଚି ଜରିମାନା ଆଦାୟ କଲେ । ରାୟଗଡ଼ା ସହରରେ ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି । ଜରିମାନା ଗଣିଛନ୍ତି ଅଶୋକ ନଗରରେ ରହୁଥିବରା ଶିକ୍ଷକ ଶେଖ ତାଫିରୁଦ୍ଧିନ । ସହରର ବ୍ୟସ୍ତବହୁଳ ରିଂ-ରୋଡରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଉକ୍ତ ଶିକ୍ଷକଙ୍କ ୧୩ ବର୍ଷର ପୁଅ ଏକ କାର ଚଳାଇ ଯାଉଥିଲେ । ଗାଡ଼ିରେ ବସିଥିଲେ ଜଣେ ସମ୍ପର୍କୀୟ ଭାଇ । ଭାଇ ମଧ୍ୟ ନାବାଳକ ଥିଲେ । ଉଭୟ କାରରେ ଯାଉଥିବା ବେଳେ ସ୍ଥାନୀୟ ପୁଲିସ ଲୋକ ଦେଖି କାରକୁ ଅଟକାଇଥିଲେ । ପରେ ପରିବହନ କାର୍ଯ୍ୟାଳୟ ଓ ଥାନାକୁ ସୂଚନା ଦେଇଥିଲେ । ଆରଟିଓ ଦିଲ୍ଲୀପ କୁମାର ଦଳାଇ ଏବଂ ପୁଲିସ ଏସଆଇ ମାନସ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଗାଡ଼ି ଜବତ କରିଥିଲେ । ଗାଡ଼ି ଯାଞ୍ଚ ରିପୋର୍ଟ ଅନଲାଇନରେ ଦାଖଲ କରି ପୁଲିସ ୨୫ ହଜାର ଟଙ୍କା ଫାଇନ କରିଥିଲା । ଗାଡ଼ି ମାଲିକ ତଥା ନାବାଳକର ବାପା ତାଫିରୁଦ୍ଧିନଙ୍କଠାରୁ ଏହି ଜରିମାନା ଆଦାୟ କରାଯିବ କହି ଆରଟିଓ କର୍ମକର୍ତ୍ତା ଗାଡ଼ିଟିକୁ ପରିବହନ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ସମ୍ପୃକ୍ତ ଶିକ୍ଷକ ଓ ତାଙ୍କ ନାବାଳକ ପୁଅ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉଭୟଙ୍କୁ ପୁଲିସ ଓ ଆରଟିଓ କର୍ମଚାରୀ କାଉନସେଲିଂ କରିଥିଲେ ।