୧୪୦୦ କୋଟିର ଋଣ ଠକେଇ, ୪ଟି ରାଜ୍ୟରେ ସିବିଆଇ ଚଢ଼ଉ

୧୪୦୦ କୋଟିର ଋଣ ଠକେଇ, ୪ଟି ରାଜ୍ୟରେ ସିବିଆଇ ଚଢ଼ଉ

୧୪୦୦ କୋଟିର ଋଣ ଠକେଇ, ୪ଟି ରାଜ୍ୟରେ ସିବିଆଇ ଚଢ଼ଉ
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ଅନ୍ୟ କେତେକ ବ୍ୟାଙ୍କରୁ ୧୪୦୦ କୋଟି ଟଙ୍କାର ଋଣ ଠକେଇ ହୋଇଛି । ଦିଲ୍ଲୀର କ୍ୱାଲିଟି ଲିମିଟେଡ ନାମକ କମ୍ପାନୀ ଏହି ଠକେଇ କରିଛି । ବ୍ୟାଙ୍କରୁ ଅଭିଯୋଗ ପାଇବା ପରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରି ୪ଟି ରାଜ୍ୟର ୮ଟି ସ୍ଥାନରେ ଚଢ଼ଉ କରାଯାଇଛି । ସିବିଆଇ ପକ୍ଷରୁ ଦିଲ୍ଲୀ, ସାହରଣପୁର, ଉତ୍ତରପ୍ରଦେଶର ବୁନେ୍ଦଲସହର, ରାଜସ୍ଥାନର ଆଜମେର, ହରିୟାନାର ପାଲାୱାଲା ସମେତ କମ୍ପାନୀର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ବିଭିନ୍ନ ସମ୍ପତ୍ତିରେ ଚଢ଼ଉ କରାଯାଇଥିଲା । ସିବିଆଇ ପକ୍ଷରୁ କମ୍ପାନୀର ନିଦେ୍ର୍ଧଶକ ସଞ୍ଜୟ ଢ଼ିଙ୍ଗରା, ସିନ୍ଧାନ୍ତ ଗୁପ୍ତା, ଅରୁଣ ଶ୍ରୀବାସ୍ତବ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସିବିଆଇ ଏଫଆଇଆର ଅନୁସାରେ କ୍ୱାଲିଟି ଲିମିଟେଡ ଜାଲ କାଗଜପତ୍ର ଦେଇ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ଆନ୍ଧ୍ରବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ଧନଲକ୍ଷ୍ମୀ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କରୁ ୧୪୦୦ କୋଟି ଟଙ୍କାର ଋଣକୁ ନେଇ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।