୨୦୨୫ ସୁଦ୍ଧା ଖଣିରେ ୪୮ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟିର ସୁଯୋଗ

୨୦୨୫ ସୁଦ୍ଧା ଖଣିରେ ୪୮ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟିର ସୁଯୋଗ

୨୦୨୫ ସୁଦ୍ଧା ଖଣିରେ ୪୮ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟିର ସୁଯୋଗ
ଭୁବନେଶ୍ୱର: ଅର୍ଥନୈତିକ ବିକାଶରେ ଖଣି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଖଣି କ୍ଷେତ୍ରରେ ୧ ପ୍ରତିଶତ ବୃଦ୍ଧି ଶିଳ୍ପ ଉପôାଦନରେ ୧.୨ ରୁ ୧.୪ ପ୍ରତିଶତ ବୃଦ୍ଧି ଆଣିବାରେ ସହାୟକ ହୋଇଥାଏ । ୨୦୨୫ ସୁଦ୍ଧା ଖଣି କ୍ଷେତ୍ରରେ ୪୮ ଲକ୍ଷ ନୂଆ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବାର ସୁଯୋଗ ରହିଛି । ଏହା ବ୍ୟତୀତ ପ୍ରାୟ ୫ କୋଟି ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଖଣି ଓ ଧାତବ ଶିଳ୍ପ ସହ ଦୀର୍ଘ ବର୍ଷ ଜଡ଼ିତ ଥିବା ଜଣେ ଅଧିକାରଙ୍କ ମତରୁ ଜଣାପଡ଼ିଛି । ନାଲକୋର ପୂର୍ବତନ ସିଏମଡି ତଥା ଭାରତ ସରକାରଙ୍କ ସରକାରୀ ଉଦ୍ୟୋଗ ଚୟନ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାସ ଏକ ରିପୋର୍ଟରେ ଏହା ଲେଖିଛନ୍ତି । ତାଙ୍କ ମତରେ ଗତ କିଛି ବର୍ଷ ଭିତରେ ଆଲୁମିନିୟମ ଶିଳ୍ପରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ପ୍ରତିରକ୍ଷା ଠାରୁ ଆରମ୍ଭ କରି ପରିବହନ, ବିଦୁ୍ୟତ, ବିମାନ ଚଳଚଳ, ଅଟୋମୋବାଇଲ, କଞ୍ଜୁ୍ୟମର ଡୁ୍ୟରେବଲ, ଫ୍ରେଟ କରିଡର, ବୁଲେଟ ଟ୍ରେନ, ଇଲେକଟି୍ରକ ଯାନ ଓ ଆଲୁମିନିୟମ ୱାଗନ ଆଦିରେ ଆଲୁମିନିୟମ ବ୍ୟବସ୍ଥା ହୋଇଛି ।