ସଂସଦ ଭଳି ବିଧାନସଭାରେ ଲାଗିବ କାଚ

ସଂସଦ ଭଳି ବିଧାନସଭାରେ ଲାଗିବ କାଚ

ସଂସଦ ଭଳି ବିଧାନସଭାରେ ଲାଗିବ କାଚ
ଭୁବନେଶ୍ୱର : କରୋନା ଗାଇଡ଼ଲାଇନ ଆଧାରରେ ଚାଲିଛି ସଂସଦର ଅଧିବେଶନ । ଖୁବଶୀଘ୍ର ରାଜ୍ୟ ବିଧାନସଭାର ଅଧିବେଶନ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସଂସଦ ଢାଂଚାରେ ଅଧିବେଶନ କରିବାକୁ ବ୍ୟାପକ ପ୍ରସ୍ତୁତି ବି ଚାଲିଛି ବୋଲି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତିଯେ, ସଂସଦରେ ଯେଭଳି ସାଂସଦଙ୍କ ସାମ୍ନାରେ କାଚ ଲାଗିଛି ଅନରୂପ ଭାବେ ବିଧାନସଭା ଅଧିବେଶନ ବେଳେ ମଧ୍ୟ ବିଧାୟକଙ୍କ ସାମ୍ନାରେ କାଚ ଲାଗିବ । ଦର୍ଶକଙ୍କ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ୧୪୫ଟି ଆସନ ପ୍ରସ୍ତୁତ କରାଯାଇଥିବାବେଳେ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ । ତେବେ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । କିନ୍ତୁ ଶୂନ୍ୟକାଳ, ମୁଲତବୀ, ମୋସନ ଓ ଧ୍ୟାନ ଆକର୍ଷଣକାରୀ ନୋଟିସ ନେଇ ଆଲୋଚନା କରାଯିବ । ଯେଉଁ ବରିଷ୍ଠ ବିଧାୟକମାନେ ଆସିପାରିବେ ନାହିଁ ସେମାନେ ଆଗୁଆ ସୂଚନା ଦେବେ । ସେହିପରି ନିଜ ଘର, ନିଜ ମୁଖ୍ୟାଳୟ ଓ ଓକାକରେ ଭିସିରେ ମଧ୍ୟ ବିଧାୟକମାନେ ବସିପାରିବେ । ଗଣମାଧ୍ୟମକୁ ଅନୁମତି ପ୍ରଦାନ କରାଯିବ । ତେବେ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଏଥିପାଇଁ ଅନୁମତି ମିଳିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି