୧୯ରେ ସର୍ବଦଳୀୟ ବୈଠକ ଡାକିଲେ ମୋଦୀ ।

୧୯ରେ ସର୍ବଦଳୀୟ ବୈଠକ ଡାକିଲେ ମୋଦୀ ।

୧୯ରେ ସର୍ବଦଳୀୟ ବୈଠକ ଡାକିଲେ ମୋଦୀ ।
ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୧୦ ତାରିଖ ଦିନ ମୋଦୀ ଏହି ବୈଠକ ଡାକିଛନ୍ତି । ଭର୍ଚୁଆଲ ମିଟିଂରେ ବିଭିନ୍ନ ରାଜନେଅତିକ ଦଳର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ, ଦୀର୍ଘ ୪୫ ବର୍ଷ ପରେ ପରେ ଭାରତକୁ ଧୋକା ଦେଇଛି ଚୀନ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ ସୈନିକ ମାନେ ଆକ୍ରମଣ କରିଛନ୍ତି । ସେମାନେ କୌଣସି ଗୁଳିମାଡ଼ କରିନଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଭାରତୀୟ ସୈନିକଙ୍କ ଉପରେ ପଥର, ଲାଠି, ଲୁହାରଡ଼ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ସୈନିକଙ୍କ ପ୍ରତି ଆକ୍ରମଣରେ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି । କିନ୍ତୁ ଚୀନ ସରକାର ଏହା ସ୍ପଷ୍ଟ କରି ନାହାନ୍ତି । ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ସୀମାରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଛି । ସୂଚନା ଅନୁସାରେ ସମ୍ପୃକ୍ତ ଅଞ୍ଚଳରେ ଗତ ୪୧ ଦିନ ହେଲା ଦୁଇ ଦେଶର ସେନା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହି ବିବାଦର ସମାଧାନ ପାଇଁ ସୋମବାର ରାତି ପ୍ରାୟ ୧୧ଟା ୩୦ରେ ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହୋଇଥିଲା । ମାତ୍ର ହଠାତ୍ ତାହା ଉଗ୍ର ରୂପ ଧାରଣ କରିଥିଲା । ଚୀନ ସେନା ନିଜ ସାଥୀରେ ଆଣିଥିବା ପଥର, ଲାଠି, ରଡ଼ ଓ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ଯବାନମାନେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ । ଏହି ଅଞ୍ଚଳ ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଥିବା ବେଳେ ସେଠାରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି । ଆକ୍ରମଣ ବେଳେ ଉଭୟ ପକ୍ଷରୁ ବହୁ ସୈନିକ ମୃତାହତ ହୋଇଥିଲେ । କିଛି ଭାରତୀୟ ଯବାନ ସେଠାରେ ଥିବା ନଦୀରେ ପଡ଼ିଯାଇଥିବା ବେଳେ ଆଉ କିଛି ଯବାନ ଚୀନ ସେନା ଧରି ନେଇଥିବା କୁହାଯାଉଛି । ପ୍ରାୟ ୧୫ ରୁ ୨୦ ଜଣ ସୈନିକ ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ଯବାନଙ୍କ ସଂଘର୍ଷ ପରେ ଚୀନ ମୁହଁଟାଣ ଦେଖାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ ଗାଲୱାନ ଭ୍ୟାଲିକୁ ଚୀନର ବୋଲି ଦାବି କରିବା ସହ ଭାରତୀୟ ଯବାନ ବଦମାସୀ କରିଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଗାଲୱାନ ଭ୍ୟାଲି ଚୀନର । ଭାରତୀୟ ଯବାନ ବଦମାସୀ କରିଛନ୍ତି । ଭାରତୀୟ ଯବାନ ଅଯଥାରେ ଚୀନ ସୀମାକୁ ପଶି ପ୍ରୋଟୋକଲ ଭାଙ୍ଗିଛନ୍ତି । ଯାହା ସବୁ ଘଟିଛି ତାହା ଚୀନ ସୀମା ଭିତରେ ଘଟିଛି । ଯାହା ବି ଘଟିଛି ସେଥିପାଇଁ ଚୀନକୁ ଅଯଥାରେ ନିନ୍ଦିତ କରାନଯାଉ । ଭାରତ ନିଜ ଯବାନଙ୍କୁ ଶୃଙ୍ଖଳାରେ ରହିବାକୁ କହୁ । ଭାରତ ଶୃଙ୍ଖଳାରେ ରହି ଆଲୋଚନା ଜରିଆରେ ଘଟଣାର ସମାଧାନ କରୁ । ଆମେ ଅଧିକ ସଂଘର୍ଷ ଚାହୁଁନୁ ବୋଲି ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ।