୧୯୯୨ପରେ ଟ୍ରମ୍ପ ଦ୍ୱିତୀୟ ବାର ନିର୍ବାଚିତ ନ ହେବାର ପ୍ରଥମ ରାଷ୍ଟ୍ରପତି ହୋଇପାରନ୍ତି

୧୯୯୨ପରେ ଟ୍ରମ୍ପ ଦ୍ୱିତୀୟ ବାର ନିର୍ବାଚିତ ନ ହେବାର ପ୍ରଥମ ରାଷ୍ଟ୍ରପତି ହୋଇପାରନ୍ତି

୧୯୯୨ପରେ ଟ୍ରମ୍ପ ଦ୍ୱିତୀୟ ବାର ନିର୍ବାଚିତ ନ ହେବାର ପ୍ରଥମ ରାଷ୍ଟ୍ରପତି ହୋଇପାରନ୍ତି
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ଆଶା ଖୁବକ୍ଷୀଣ । ଟ୍ରମ୍ପ ୧୯୯୨ ମସିହା ପରେ ପ୍ରଥମ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବେ ନାହିଁ । ଶେଷ ଥର ପାଇଁ ୧୯୯୨ ରେ ଜର୍ଜ ଡବ୍ଲୁ୍ୟ ବୁଶ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚିତ ହେବାରେ ବିଫଳ ହୋଇଥିଲେ । ସେତେବେଳେ ଡେମୋକ୍ରାଟ ବିଲ କ୍ଲିଣ୍ଟନ ବାଜି ମାରି ନେଇଥିଲେ । ତେବେ ବୁଶଙ୍କ ପରେ ସମସ୍ତ ୩ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ, ଜର୍ଜ ଡବ୍ଲୁ୍ୟ ବୁଶ (ଜୁନିଅର) ଏବଂ ବାରାକ ଓବାମା ପୁନଃ ନିର୍ବାଚିତ ହୋଇଛନ୍ତି । ଗତ ୧୦୦ ବର୍ଷ ମଧ୍ୟରେ କେବଳ ୪ ଜଣ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇଛନ୍ତି । ୧୯୬୮ ରେ ଆମେରିକାରେ ଆରମ୍ଭ ହୋଇଥିବା ଦୀର୍ଘଦିନର ରିପବ୍ଲିକ ଶାସନ ୧୯୯୨ ରେ ଶେଷ ହୋଇଯାଇଥିଲା । ବୁଶ ପୁନଃ ନିର୍ବାଚିତ ହେବେ ବୋଲି ଆକଳନ କରାଯାଇଥିଲେ ମଧ୍ୟ କ୍ଲିଣ୍ଟନ ୩୭୦ ଇଲେକ୍ଟ୍ରରାଲ ଭୋଟ ପାଇଁ ନିର୍ବାଚିତ ହୋଇଥିଲେ ।