୨ କିଲୋ ଓଜନର ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଫେରାର

୨ କିଲୋ ଓଜନର ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଫେରାର

୨ କିଲୋ ଓଜନର ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଫେରାର

ଫୁଲବାଣୀ: ନକଲି ସୁନା ବନ୍ଧକ ରଖି ନେଇଗଲେ ଅସଲି ଟଙ୍କା। ୨ କିଲୋ ଓଜନର ନକଲି ସୁନା ବନ୍ଧକ ରଖି ଗ୍ରାହକ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଫେରାର ହୋଇଗଲେ। ଅଡିଟ ବେଳେ ଧରା ପଡ଼ିଲା ସତ। ଏପରି ସାଂଘାତିକ ସ୍କାମ ଫୁଲବାଣୀ ଟାଉନ ଥାନା  ମଣିପ୍ପୁରମ ବ୍ରାଞ୍ଚରେ ହୋଇଥିବା ଜଣାଯାଇଛି। ଏଥିରେ ସମ୍ପୃକ୍ତି ସନ୍ଦେହରେ ପୁଲିସ୍‌ ବ୍ରାଞ୍ଚ ମ୍ୟାନେଜର ପୂର୍ଣଚନ୍ଦ୍ର ବେହେରା ଏବଂ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ବାନ୍ଧି ଥିବା ବେଳେ ଗ୍ରାହକଙ୍କ ପତ୍ତା ମିଳୁନି।
ଫୁଲବାଣୀ ଟାଉନ ଥାନା IIC ଅଶୋକ କୁମାର ଗିରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ , ମଣପ୍ପୁରମ Finance Limited ର ବ୍ରହ୍ମପୁରର ଏରିଆ ମ୍ୟାନେଜର ସୁବାସିସ ଦାସ ଏ ନେଇଂ ଫୁଲବାଣୀ ଟାଉନ ଥାନାରେ ଗତ ୯ ତାରିଖ ଦିନ ଏତଲା ଦେଇଥିଲେ । ସେ ଦେଇଥିବା ଏତଲା ଅନୁସାରେ, ଗତ ୩ ତାରିଖ ଦିନ ଫୁଲବାଣୀ ବ୍ରାଞ୍ଚର ଅଡିଟ ହୋଇଥିବା ବେଳେ ଉକ୍ତ ସମୟରେ ୨ କିଲୋ ନକଲି ସୁନା ବନ୍ଧକ ରଖାଯାଇଥିବା ଘଟଣା ଜଣାପଡିଥିଲା ।
ଏ ନେଇ ସେ   ସଂସ୍ଥାର ଉପରିସ୍ଥ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ଏବଂ ଉପରିସ୍ଥଙ୍କ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏନେଇ ଟାଉନ ଥାନାରେ ମାମଲା ରୁଜୁ କରିଥିଲେ ।

ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଏହି ଠକେଇରେ ସାମିଲ ଅଭିଯୋଗରେ ଫୁଲବାଣୀ ସହରରେ ଥିବା ମଣପ୍ପୁରମ ବ୍ରାଞ୍ଚର ବ୍ରାଞ୍ଚ ମ୍ୟାନେଜର ପୂର୍ଣଚନ୍ଦ୍ର ବେହେରା ଏବଂ ସହକାରୀ ବ୍ରାଞ୍ଚ ମ୍ୟାନେଜର ଅଶ୍ରୁମୋଚନ ବିଶ୍ଵାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।