୨ ଟନ୍ ଗଞ୍ଜେଇ ଜବତ

୨ ଟନ୍ ଗଞ୍ଜେଇ ଜବତ

୨ ଟନ୍ ଗଞ୍ଜେଇ ଜବତ
ଭୁବନେଶ୍ୱର:୨ ଟନ୍ ଗଞ୍ଜେଇ ଜବତ କରାଯାଇଛି । ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ଏହି ଗଞ୍ଜେଇକୁ ଜବତ କରିଛି । କୁକୁଡା ଦାନା ବୋଝେଇ ଗାଡିରେ ନେବା ଧରା ପଡିଲା । ଏନଏଚ-୧୬ର ଗନିସି ନିକଟରେ ଚଢାଉ ବେଳେ ଧରାପଡିଲା । ଜଣଙ୍କୁ ଅଟକ ରଖି ଅବକାରୀ ସ୍କ୍ୱାଡ୍ ପଚରାଉଚରା କରୁଛି । ସୂଚନା ଅନୁସାରେ, ଆଜି ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ଖବର ପାଇ ଏନଏଚ-୧୬ ଠାରେ ଚେକିଙ୍ଗ ଆରମ୍ଭ କରିଥିଲା । ଏହି ଚେକିଙ୍ଗ ବେଳେ ଗୋଟିଏ କୁକୁଡା ଦାନା ବୋଝେଇ ଗାଡି ଆସିଥିଲା । ଏହି ଗାଡିକୁ ଗୁଇନ୍ଦା ବିଭାଗ ପକ୍ଷରୁ ସନେ୍ଦହ ହେବାରୁ ଖୋଳତାଡ କରି ଚେକିଙ୍ଗ କରାଗଲା । ଫଳରେ ଏହି ଦାନା ବୋଝେଇ ଗାଡିରେ ୨ ଟନ୍ ଗଞ୍ଜେଇ ଜବତ କରାଗଲା ।