୯ମ ଶ୍ରେଣୀ ପିଲାଙ୍କ ପାଇଁ ଅପ୍ରେଲରୁ ସ୍କୁଲ !

୯ମ ଶ୍ରେଣୀ ପିଲାଙ୍କ ପାଇଁ ଅପ୍ରେଲରୁ ସ୍କୁଲ !

୯ମ ଶ୍ରେଣୀ ପିଲାଙ୍କ ପାଇଁ ଅପ୍ରେଲରୁ ସ୍କୁଲ !
ଭୁବନେଶ୍ୱର : କରୋନା ପାଇଁ ଗତବର୍ଷର ଶିକ୍ଷା ବାଧାପ୍ରାପ୍ତ ହୋଇଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବୋଡର଼୍ ପରୀକ୍ଷାକୁ ଆଖି ଆଗରେ ରଖି ସ୍କୁଲ ଖୋଲିଛି । ତେବେ ଅପ୍ରେଲରୁ ୯ମ ଶ୍ରେଣୀ ପିଲା ସ୍କୁଲ ଯିବେ ବୋଲି ଜାଣିବାକୁ ମିଳିଛି । ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁଯାୟୀ, ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଲାବସ ବଦଳିବ ନାହିଁ । ଅପରପକ୍ଷରେ ଅପ୍ରେଲରୁ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଯୋଜନା କରାଯାଇଛି । ପ୍ରଥମେ ୯ମ ଓ ଏକାଦଶ ଶ୍ରେଣୀର ପିଲା ଯେଭଳି ସ୍କୁଲ ଯିବେ ସେଥିପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବବର୍ଷଗୁଡ଼ିକ ଭଳି ଏବର୍ଷ ମଧ୍ୟ ଅପ୍ରେଲରୁ ଶିକ୍ଷାବର୍ଷ ଆରମ୍ଭ ପାଇଁ ଯୋଜନା ହୋଇଥିବାବେଳେ ରାଜ୍ୟ ସରକାର କେନ୍ଦ୍ର ତଥା ଅନ୍ୟ ରାଜ୍ୟର ନିଷ୍ପତି ଉପରେ ନିଘା ରଖିଛନ୍ତି । ସବୁକୁ ବିଚାର କରି ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।