୨୦ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା

୨୦ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା

୨୦ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା
ନୂଆଦିଲ୍ଲୀ: ୨୦ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା କରାଯାଇଛି । ୭ଟି କବିତା ପୁସ୍ତକ, ୪ଟି ଉପନ୍ୟାସ, ୫ଟି କ୍ଷୁଦ୍ରଗଳ୍ପ, ୨ଟି ନାଟକ, ଗୋଟିଏ ଅନୁସନ୍ଧାନମୂଳକ ପ୍ରବନ୍ଧ ଓ ଗୋଟିଏ ମହାକାବ୍ୟ ଚଳିତ ବର୍ଷ ପୁରସ୍କାର ପାଇଁ ଚୟନ ହୋଇଛି । ତେବେ ଓଡ଼ିଆ, ମାଲାୟାଲାମ, ନେପାଳୀ ଓ ରାଜସ୍ଥାନୀ ଭାଷା ପାଇଁ ପୁରସ୍କାର ଘୋଷଣା ହୋଇନାହିଁ । ପରେ ଏହି ୪ ଭାଷା ପାଇଁ ଏକାଦେମି ପୁରସ୍କାର ଘୋଷଣା ହେବ ବୋଲି ଏକାଦେମି ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମିର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା ହୋଇଛି । କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ପର ଏହି ଘୋଷଣା କରିଛନ୍ତି ।