୨୯ ରୁ ସଂସଦର ବଜେଟ ଅଧିବେଶନ

୨୯ ରୁ ସଂସଦର ବଜେଟ ଅଧିବେଶନ

୨୯ ରୁ ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇପାରେ । ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଅର୍ଥମନ୍ତ୍ରୀ ଫେବୃୟାରୀ ୧ ତାରିଖରେ ଉପସ୍ଥାପନ କରିପାରନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି । ଅଧିବେଶନର ପ୍ରଥମ ଦିନ ଅର୍ଥାତ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ଉଦବୋଧନ ଦେବେ । ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ ରୁ ଫେବୃୟାରୀ ୧୫ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପି୍ରଲ ୮ ପର୍ଯ୍ୟନ୍ତ ଚାଲିବ ।