୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ବୁଲବୁଲ ଯଦିଓ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ ତଥାପି ୪ଟି ଜିଲ୍ଲାକୁ ସତର୍କ ରହିବାକୁ କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ୪ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଟି ଜିଲ୍ଲାରେ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ । ଆଜି ରାତିରୁ କାଲି ଯାଏଁ ପ୍ରବଳ ବର୍ଷା ହେବ । ସନ୍ଧ୍ୟା ସୁଦ୍ଧା ୬୫ କିଲୋମିଟର ବେଗରେ ପବନ ବହିବ । ସେହିପରି ବୁଲବୁଲ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବ । ସେହିପରି ଓଡ଼ିଶାର ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।