ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ରୁ ୧୨୦ କିମି ରହିବ

ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ରୁ ୧୨୦ କିମି ରହିବ

ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ରୁ ୧୨୦ କିମି ରହିବ
ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଡରାଉଥିବା ବାତ୍ୟା ‘ବୁଲବୁଲ’କୁ ନେଇ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି । ତାଙ୍କ ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ବାତ୍ୟା ବୁଲବୁଲ ଯିବ । ସାଗରଦ୍ୱୀପ-ଖେପୁପାରା ମଧ୍ୟରେ ବାତ୍ୟା ଅତିକ୍ରମ କରିବ । ସୁନ୍ଦରବନରେ ବାତ୍ୟା ବୁଲବୁଲ ଲ୍ୟାଣ୍ଡଫଲ କରିବା ନେଇ ସେ ଆକଳନ କରିଛନ୍ତି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ସ୍ଥଳବିଶେଷରେ ପବନର ବେଗ ୧୩୫ କିମି ଛୁଇଁପାରେ । ପୂର୍ବାହ୍ଣରେ ପାରାଦୀପ ଠାରୁ ୩୫୦ କିମି ଦୂରରେ ଥିଲା ବୁଲବୁଲ । ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ବୁଲବୁଲ ଗତି କରୁଛି । ଏବେ ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବୋହୁଛି । କାଲି ସକାଳେ ପବନର ବେଗ ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢିବ । କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏ ପବନର ବେଗ ୭୦ରୁ ୯୦ କିମି ଛୁଇଁବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନ ହେବ ବୋଲି ଜଣାଯାଇଛି ।