ଅତିରିକ୍ତ ବଜେଟକୁ ମଞ୍ଜୁରୀ

ଅତିରିକ୍ତ ବଜେଟକୁ ମଞ୍ଜୁରୀ

ଅତିରିକ୍ତ ବଜେଟକୁ ମଞ୍ଜୁରୀ
ଭୁବନେଶ୍ୱର : ୨୦୧୯-୨୦ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଆସନ୍ତା ୧୩ ତାରିଖ ଦିନ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଥମ ଅତିରିକ୍ତ ବଜେଟକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିବେ । ପ୍ରାୟ ୮୩୦୦କୋଟି ଟଙ୍କାର ବଜେଟ ହୋଇଥିବା ସୂଚନା ମିଳିଛି ।