ଆଜି ମନ୍ତ୍ରୀ ପରିଷଦ ବୈଠକ

ଆଜି ମନ୍ତ୍ରୀ ପରିଷଦ ବୈଠକ

ଆଜି ମନ୍ତ୍ରୀ ପରିଷଦ ବୈଠକ
୨୦୧୯-୨୦ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମିଳିବ ଅନୁମାଦନ ଭୁବନେଶ୍ୱର : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଦିନ ୧୨ଟା ୫ ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମଞ୍ଜୁରି ପ୍ରଦାନ କରାଯିବ । ଆସନ୍ତା ୧୩ ତାରିଖ ଦିନ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଥମ ଅତିରିକ୍ତ ବଜେଟକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।