୬ ମାସରେ ୬୦୪ ନାବାଳିକାକୁ ଦୁଷ୍କର୍ମ

୬ ମାସରେ ୬୦୪ ନାବାଳିକାକୁ ଦୁଷ୍କର୍ମ

୬ ମାସରେ ୬୦୪ ନାବାଳିକାକୁ ଦୁଷ୍କର୍ମ
ଭୁବନେଶ୍ୱର: ସୋମବାର ରାଜ୍ୟରେ ନାବାଳିକା ଦୁଷ୍କର୍ମ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଥମ ୬ ମାସରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଚଳିତ ବର୍ଷ ରାଜ୍ୟରେ ୧୪୩୦ ଓ ଦୈନିକ ୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଗତବର୍ଷ ମୋଟ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ହାରାହାରି ଦୈନିକ ୭ଟି ଦୁଷ୍କର୍ମ ଘଟଣା ଘଟୁଛି । ତେବେ ଗତ ବର୍ଷ ୧୦୭୩ଟି ମାମଲାର ବିଚାର କରାଯାଇଥିବାବେଳେ ୧୯୭ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଦୁଷ୍କର୍ମ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ଦୁଷ୍କର୍ମ ଘଟଣା ଯଦି ସତ ହୋଇଥାଏ ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର । ସେହିପରି ମହିଳା ଓ ଶିଶୁଙ୍କୁ ନେଇ ରାଜନୀତି ନକରିବା ମନ୍ତବ୍ୟରେ ନିଜ ପ୍ରତିକ୍ରିିୟା ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ଏହି ଘଟଣାରେ ବିଷ୍ଣୁ ଦାସଙ୍କ ମନ୍ତବ୍ୟ କଣ ରାଜନୀତି ନୁହେଁ । ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖନ୍ତୁ ବୋଲି ନରସିଂହ ମିଶ୍ର ଦାବି କରିଛନ୍ତି । ଅନ୍ୟପକ୍ଷରେ ଦୁଷ୍କର୍ମ ଘଟଣାରେ ବାଚସ୍ପତିଙ୍କ ରୁଲିଂ ଦାବିରେ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି ।