୬୦ ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ

୬୦ ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ

୬୦ ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କ୍ୟାବିନେଟରେ ଗୃହୀତ ହୋଇଛି । ଚଳିତ ବର୍ଷ ୬୦ ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ୪୧ ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ ଏସଏଚଜି ମହିଳାମାନେ ସାମିଲ ହେବେ । ଚାଷୀଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଧାନ ବିକ୍ରି ଟଙ୍କା ମିଳିବ । ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ପୂର୍ବରୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିଲା । ଗତବର୍ଷ ସଂଗ୍ରହ ଲକ୍ଷ୍ୟ ୫୫ ଲକ୍ଷ ଟନ ଥିବାବେଳେ ଏବର୍ଷ ୫ ଲକ୍ଷ ଟନ ବୃଦ୍ଧି କରାଯାଇଛି । ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ସେଥିପାଇଁ ଲକ୍ଷ୍ୟଧାର୍ଯ୍ୟ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ବରମୁଣ୍ଡା ସବଷ୍ଟାଣ୍ଡର ନବକଳେବର ନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବସଷ୍ଟାଣ୍ଡର ନବକଳେବର ପାଇଁ ମୋଟ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨ ବର୍ଷରେ ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଶେଷ ହେବ ।