‘ଇନ୍ଦ୍ରଜାଲ’ରେ ଦେବଯାନୀଙ୍କ

‘ଇନ୍ଦ୍ରଜାଲ’ରେ ଦେବଯାନୀଙ୍କ

ନାୟିକା ଦେବଯାନୀଙ୍କ ଦକ୍ଷତା ଦେଖିବାକୁ ମିଳିବ ନୂଆ ଓଡ଼ିଆ ଚିତ୍ର ‘ଇନ୍ଦ୍ରଜାଲ’ରେ । ବେଶ କିଛି ବ୍ୟବଧାନ ପରେ ସେ ବଡ଼ ପରଦାରେ ପୁଣି ଚମକିଛନ୍ତି । ଆରଆର ଇଭେଣ୍ଟସ ନିବେଦିତ ଏ ଚିତ୍ରର ପ୍ରଯୋଜନାରେ ରମେଶ ବାରିକ ଥିବା ବେଳେ ନିର୍ଦ୍ଦେଶନାରେ ଅଛନ୍ତି ପିନୁ ନାୟକ । ନାୟକ ସମ୍ବିତଙ୍କ ବିପକ୍ଷରେ ଏଥିରେ ଦେବଯାନୀ ଅଭିନୟ କରୁଛନ୍ତି । ପ୍ରେମ, ରହସ୍ୟ ଓ ଆକ୍ସନକୁ ନେଇ ସମୃଦ୍ଧ ଏ ଚିତ୍ର ଦେବଯାନୀଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାେ ବେଳେ ଏ ଚିତ୍ରର ପ୍ରଯୋଜକ ଶ୍ରୀ ବାରିକ କହିଛନ୍ତି ଦେବଯାନୀ ପୂର୍ବରୁ ଯେତିକି ଚିତ୍ରରେ ଅଭିନୟ କରିଛନ୍ତି ଏ ଚିତ୍ର ନିଶ୍ଚିତ ବାରି ହୋଇପଡ଼ିବ । ସେ ତାଙ୍କର ଶତପ୍ରତିଶତ ଯୋଗଦାନ ଦେଇ ଏହାକୁ ସଫଳ କରିଛନ୍ତି । ଦର୍ଶକଙ୍କୁ ପୂର୍ଣ୍ଣ ମନୋରଞ୍ଜନ ଦେବାରେ ଏ ଚିତ୍ର ସହାୟକ ହେବ ବୋଲି ଶ୍ରୀ ବାରିକ କହିଛନ୍ତି ।