ଦିନ ମଜୁରିଆଙ୍କୁ ଆୟକର ନୋଟିସ୍‌, ୧ କୋଟି ୪୭ ଲକ୍ଷ ୫୭ ଟଙ୍କାର କାରବାର ହୋଇଥିବା ସୂଚନା

ଦିନ ମଜୁରିଆଙ୍କୁ ଆୟକର ନୋଟିସ୍‌, ୧ କୋଟି ୪୭ ଲକ୍ଷ ୫୭ ଟଙ୍କାର କାରବାର ହୋଇଥିବା ସୂଚନା

ଦିନ ମଜୁରିଆଙ୍କୁ ଆୟକର ନୋଟିସ୍‌, ୧ କୋଟି ୪୭ ଲକ୍ଷ ୫୭ ଟଙ୍କାର କାରବାର ହୋଇଥିବା ସୂଚନା
ଉମରକୋଟ: ଉମରକୋଟ ଥାନା ପୂଜାରୀଭରଣ୍ଡି ଗାଁର ଦିନ ମଜୁରିଆ ଭାବେ କାମ କରୁଥିବା ସନଧର ଗଣ୍ଡଙ୍କୁ ଆୟକର ବିଭାଗର ନୋଟିସ ଆସିଛି । ତାଙ୍କ ବ୍ୟାଙ୍କ ଖାତାରେ ୧ କୋଟି ୪୭ ଲକ୍ଷ ୫୭ ଟଙ୍କାର କାରବାର ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ ସନଧର ୭ ବର୍ଷ ହେଲା ପୂଜାରୀଗୁଡ଼ା ଗାଁର ପପୁ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ପାଖରେ କାମ କରୁଛନ୍ତି । ତାଙ୍କ ଅଜାଣତରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ସେ କହିଛନ୍ତି । ମାଲିକ ଶ୍ରୀ ଅଗ୍ରୱାଲ ସନଧରଙ୍କ ନାଁରେ ଆକାଉଣ୍ଟ ଖୋଲିବା ସହ ବିଭିନ୍ନ ସମୟରେ ତାଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନେଇଥିବା ସେ କହିଛନ୍ତି । ତେବେ ଏ ନେଇ ତାଙ୍କୁ କିଛି ଜଣା ନଥିବା ସେ ପ୍ରକାଶ କରିଛନ୍ତି । ଶ୍ରୀ ଅଗ୍ରୱାଲଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିବା ସହ କ’ଣ ହୋଇଛି ପଚାରି କହିବେ ବୋଲି ସେ କହିଛନ୍ତି ।