‘ଶେରା ନରସିଂହ ରେଡ୍ଡୀ’ ର ଭୁଲ ତଥ୍ୟକୁ ନେଇ ଚିଠି ଲେଖିଲେ ସଂସ୍କୃତି ମନ୍ତ୍ରୀ

‘ଶେରା ନରସିଂହ ରେଡ୍ଡୀ’ ର ଭୁଲ ତଥ୍ୟକୁ ନେଇ ଚିଠି ଲେଖିଲେ ସଂସ୍କୃତି ମନ୍ତ୍ରୀ

‘ଶେରା ନରସିଂହ ରେଡ୍ଡୀ’ ର ଭୁଲ ତଥ୍ୟକୁ ନେଇ ଚିଠି ଲେଖିଲେ ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର: ‘ଶେରା ନରସିଂହ ରେଡ୍ଡୀ’ ଚଳଚ୍ଚିତ୍ରରେ ଆନ୍ଧ୍ରପ୍ରଦେଶର କୁର୍ନାଲ ଜିଲ୍ଲାରେ ୧୮୪୭ ମସିହାରେ ହୋଇଥିବା କୃଷକ ଆନେ୍ଦାଳନକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦର୍ଶାଯାଇଥିବାରୁ ଏହାକୁ ବିରୋଧ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଆନ୍ଧ୍ରପ୍ରଦେଶ ସଂସ୍କୃତି ମନ୍ତ୍ରୀ ଓ ସେନସର ବୋର୍ଡକୁ ଚିଠି ଲେଖିଛନ୍ତି । ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଭାରତ ବର୍ଷ ‘ପାଇକ ବିଦ୍ରୋହ’ ନାମରେ ସଶସ୍ତ୍ର ଗଣ ବିପ୍ଲବ କରିଥିବା ବିଷୟ କ୍ୟାବିନେଟ୍ରେ ଗୃହୀତ କରି କେନ୍ଦ୍ରକୁ ଲିଖିତ ଭାବେ ଜଣାଇସାରିଛି । ତେଣୁ ଏହାର ୩୦ ବର୍ଷ ପରେ ଆନ୍ଧ୍ରପ୍ରଦେଶର କୃଷକ ଆନେ୍ଦାଳନକୁ ‘ପ୍ରଥମ’ ବୋଲି ଚଳଚ୍ଚିତ୍ରରେ ଦର୍ଶାଇ ଲୋକଙ୍କୁ ଭ୍ରମ ଧାରଣା ନ ଦେବାକୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଚିଠିରେ ଉଲ୍ଲେଖ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ସେନସର୍ ବୋଡର଼୍ ମଧ୍ୟ ‘ପ୍ରଥମ’ ଶବ୍ଦକୁ ଚଳଚ୍ଚିତ୍ରକୁ ହଟାଇବା ପାଇଁ ନିଦେ୍ର୍ଧଶ ଦେଇସାରିଛି ।