ଓଡ଼ିଶାରେ ଲୁଚକାଳି ଖେଳିଲା ମୌସୁମୀ

ଓଡ଼ିଶାରେ ଲୁଚକାଳି ଖେଳିଲା ମୌସୁମୀ

ଓଡ଼ିଶାରେ ଲୁଚକାଳି ଖେଳିଲା ମୌସୁମୀ
ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ଏବଂ ଜୁଲାଇରେ ମୌସୁମୀ ଏତେ ଦୁର୍ବଳ ଥିଲା ଯେ ମନେ ହେଉଥିଲା ଯେମିତି ରାଜ୍ୟରେ ମରୁଡ଼ି ପଡ଼ିବ । ଏହି ସମୟରେ ୩୧.୫% ଓ ୯% କମ୍ ବର୍ଷା ରେକର୍ଡ ହୋଇଥିଲା । ହେଲେ ଅଗଷ୍ଟ (୨୪.୫%) ଓ ସେପ୍ଟେମ୍ବର (୫୩.୭%) ମାସରେ ଢେର୍ ଅଧିକ ବର୍ଷା ପରିସ୍ଥିତି ବଦଳାଇ ଦେଇଛି । କେବଳ ଦେବଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟରେ ସ୍ୱାଭାବିକଠାରୁ ପାଖାପାଖି ୯.୯% ଅଧିକ ବର୍ଷା ଆଜି ସୁଦ୍ଧା ହୋଇଥିବା ରେକର୍ଡ କରାଯାଇଛି । କିନ୍ତୁ ଯଦି ବ୍ଲକକୁ ୟୁନିଟ୍ ଧରାଯାଏ ତେବେ ୧୬୯ଟି ବ୍ଲକରେ ସ୍ୱାଭାବିକ ଓ ୧୦୩ଟି ବ୍ଲକରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଅନ୍ୟପକ୍ଷରେ ୪୦ଟି ବ୍ଲକରେ ନିଅଣ୍ଟିଆ ଓ କେନ୍ଦୁଝର ଜିଲ୍ଲାର ଚମ୍ପୁଆ (୪୧.୬%) ଏବଂ ଝୁମ୍ପୁରାରେ (୪୩.୯%) ଅତି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଚଳିତ ବର୍ଷ ଦକ୍ଷିଣ ଓ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଓଡ଼ିଶା ପ୍ରବେଶ କରିଥିଲା । ଜୁନ୍ ଦ୍ୱିତୀୟ ସପ୍ତାହ ବଦଳରେ ୨୧ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ।